କନକ ବ୍ୟୁରୋ: ଦିଲ୍ଲୀରେ ପହଂଚିଛି ରାଜ୍ୟର କୃଷକ ଆନ୍ଦୋଳନ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ । ୬ ମାସରେ ଏହାକୁ କାର୍ଯ୍ୟକାରୀ କର, ନହେଲେ ଗାଦି ଛାଡ ବୋଲି ସଙ୍ଗଠନ ଚେତାବନୀ ଦେଇଛି ।
ଦିଲ୍ଲୀର ପ୍ରେସ୍ କ୍ଲବ ଅଫ ଇଣ୍ଡିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି- ନିଜ ଦାବି ନେଇ ରାଜ୍ୟରେ ଚାଷୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହେଉନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓଡିଶା ସରକାର ପ୍ରସ୍ତାବ ଦେଇଥିଲେ ବି କେନ୍ଦ୍ର ସରକାର ଶୁଣୁନାହାନ୍ତି ।
ଏଥିପାଇଁ ଚାପ ସୃଷ୍ଟି କରାଯିବ । କାଲି କୃଷକ ସଙ୍ଗଠନ ପକ୍ଷରୁ ଦିଲ୍ଲୀରେ ସମ୍ମିଳନୀର ଆୟୋଜନ କରାଯାଇଛି । ଏଥିରେ ୫ ହଜାରରୁ ଅଧିକ ଚାଷୀ ଓ ୨୨ଟି ରାଜ୍ୟର ୧୦ ହଜାରରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-10-at-1.55.30-PM.png)