ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କ ପାଇଁ ବଢିଲା ଅଡୁଆ, ଏହି ମାମଲାରେ କୋର୍ଟ ପଠାଇଲା ଜାମିନ ବିହୀନ ଗିରଫ ପରୱାନା

ସ୍ୱାଧୀନ ସାଂସଦ ନବନୀତ ରାଣାଙ୍କ ପାଇଁ ବଢିଲା ଅଡୁଆ, ଏହି ମାମଲାରେ କୋର୍ଟ ପଠାଇଲା ଜାମିନ ବିହୀନ ଗିରଫ ପରୱାନା

କନକ ବ୍ୟୁରୋ : ମହାରାଷ୍ଟ୍ର ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରଣାଙ୍କ ପାଇଁ ଅଡୁଆ ମେଣ୍ଟିବାର ନାଁ ନେଉନି । ହନୁମାନ ଚାଳିଶା ପରେ ପୁଣି ଏକ ମାମଲାରେ ମୁମ୍ବାଇର ସେୱରୀ କୋର୍ଟ ଏବେ ନବନୀତ ରାଣାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । କୋର୍ଟ ତରଫରୁ ମୁଲୁଣ୍ଡ ପୋଲିସକୁ ଆଦେଶ ଦିଆଯାଇଛି କି, ଏହି ୱାରେଣ୍ଟ ମୁତାବକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି କାରଣରୁ ଦୀପାବଳିରେ ନବନୀତ ରାଣା ପୁଣି ଗିରଫ ହୋଇପାରନ୍ତି ବୋଲି ଆଶଂକା କରାଯାଉଛି । ସେପଟେ କୋର୍ଟ ତରଫରୁ ଏଭଳି ୱାରେଣ୍ଟ ଜାରିକରାଯିବା ପରେ ନବନୀତ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ସାଂସଦ ନବନୀତ ରାଣାଙ୍କ ଉପରେ ଅଭିଯୋଗ ରହିଛି କି, ସେ ନିର୍ବାଚନ ବେଳେ ନିଜ ଜାତି ପ୍ରମାଣ ପତ୍ର ନେଇ ଯେଉଁ ତଥ୍ୟ ଦେଇଥିଲେ ତାହା ମିଥ୍ୟା । ଏହି ମାମଲାରେ ଶିବସେନାର ପୂର୍ବ ସାଂସଦ ଆନନ୍ଦରାଓ ଅଡସୁଲ ଓ ସୁନିଲ ଭାଲେରାଓ କୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି କ୍ରମରେ ୨୦୨୧ ରେ ମୁମ୍ବାଇ ହାଇକୋର୍ଟ ନବନୀତଙ୍କ ଜାତି ପ୍ରମାଣପତ୍ରକୁ ଖାରଜ କରିଦେଇଥିଲେ । ଏହାପରେ ତାଙ୍କ ସାଂସଦ ପଦ ବିପଦରେ ପଡିଥିଲା । ହେଲେ ମୁମ୍ବାଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନବନୀତ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏବେ ଏହି ମାମଲାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି ।

କେବଳ ନବନୀତ ରାଣା ନୁହଁନ୍ତି ଏହି ଜାତି ପ୍ରମାଣପତ୍ରକୁ ନେଇ ତାଙ୍କ ପରିବାର ଉପରେ ବି ଗୁରୁତର ଅଭିଯୋଗ ରହିଛି । ନବନୀତଙ୍କ ବାପା ନକଲି ଜାତି ପ୍ରମାଣପତ୍ର ହାସଲ କରିବାକୁ ସ୍କୁଲ ଆଡମିଶନ ବେଳେ ମିଥ୍ୟା ଡକ୍ୟୁମେଣ୍ଟ ଡିପୋଜିଟ୍ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe