କନକ ବ୍ୟୁରୋ : ଲିଳାବତୀ ହସପିଟାଲର ଏମଆରଆଇ ରୁମରୁ ଲିକ ହୋଇଥିଲା ନବନୀତ ରାଣାଙ୍କ ଫଟୋ । ଏନେଇ ଏଫଆଇଆର ରୁଜୁ ହୋଇଛି । ଡାକ୍ତରଖାନାରେ ସାଂସଦ ନବନୀତ ରାଣାଙ୍କର ଯେଉଁ ଫୋଟ ଉଠାଯାଇଥିଲା ତାକୁ ନେଇ ବର୍ତ୍ତମାନ ମାମଲା ରୁଜୁ ହୋଇଛି । ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି ।
ନବନୀତ ରାଣା ବର୍ତ୍ତମାନ ଗଣମାଧ୍ୟମରେ ପ୍ରମୁଖ ଚେହେରା ପାଲଟିଛନ୍ତି । ଜେଲରୁ ବାହାରିବା ପରେ ନିଜର ଖରାପ ସ୍ୱାସ୍ଥ୍ୟକୁ ନେଇ ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଯେତେବେଳେ ଡାକ୍ତରଖାନାରେ ତାଙ୍କର ଏମଆରଆଇ କରାଯାଇଥିଲା ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଏହି ମାମଲାରେ ବାନ୍ଦ୍ରା ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଏହା ପୂର୍ବରୁ ଶିବସେନା ମଧ୍ୟ ଏହାକୁ ବଡ ପ୍ରସଙ୍ଗ କରିଥିଲା । ଦଳ ପ୍ରଶ୍ନ କରିଥିଲା ଏମଆରଆଇ ରୁମର ଫଟୋ ଉଠାଯାଇପାରିବ ନାହିଁ । ତେବେ କିଏ ଏବଂ କାହିଁକି ଏହି ଫଟୋ ଉଠାଇଥିଲେ ଆଉ ଭାଇରାଲ କରିଥିଲେ । ପୋଲିସ ଯେଉଁ ଏଫଆଇଆର ରୁଜୁ କରିଛି ସେଥିରେ କୁହାଯାଇଛି ଯେ, ନବନୀତ ରାଣାଙ୍କ ସହ ସେଦିନ ଯେଉଁ ଧଳା ରଙ୍ଗର ସାର୍ଟ ପିନ୍ଧି ବ୍ୟକ୍ତି ଉପସ୍ଥିତ ଥିଲେ ସେ ହିଁ ତାଙ୍କ ଫଟୋ ଉଠାଇଥିଲେ । ଆଇପିସିର ଧାରା ୪୪୮ ଏବଂ ୩୩୬ରେ ମାମଲା ରୁଜୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/nabanit.jpg)