କଂଗ୍ରେସ ନେତା ତଥା ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷ ୨୦୧୪ରେ ‘ଗଙ୍ଗା ପୁତ୍ର’ ହୋଇ ଆସିଥିଲେ, କିନ୍ତୁ ଏବେ ସେ ଚଳିତ ନିର୍ବାଚନ ପରେ ‘ରାଫେଲ ଡିଲ’ର ଦଲାଲ ବନି ଯିବେ ।” ନିର୍ବାଚନୀ ରାଲିକୁ ସମ୍ବୋଧନ କଲାବେଳେ ସିଦ୍ଧୁ କହିଛନ୍ତି କି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିବାକ୍ୁ ଚାହେଁ କି ସେ ରାଫେଲ ଚୁକ୍ତିରେ ଦଲାଲୀ କରିଛନ୍ତି ନା ନାହିଁ... ସେ ମୋ ସହିତ ଯେଉଁଠି ବି ତର୍କ କରିପାରିବେ । ରାହୁଲ ଗାନ୍ଧୀ ବହୁତ ବଡ... ସେ ଏକ ତୋପ ଓ ମୁଁ ଏକେ-୪୭ ।”
ସିଦ୍ଧୁ ଏହା ବି କହିଛନ୍ତି କି, “ମୁଁ ନରେନ୍ଦ୍ର ମୋଦିଙ୍କ ‘ନା ଖାଇବି ନା ଖାଇବାକୁ ଦେବି’ ବୟାନକୁ ନେଇ ଚ୍ୟାଲେଂଜ କରୁଛି । ଯଦି ମୁଁ ହାରିଯାଉଛି, ତେବେ ସବୁଦିନ ପାଇଁ ରାଜନୀତି ଛାଡିଦେବି । ମୋଦି ବର୍ଷ ୨୦୧୪ରେ ଗଙ୍ଗାପୁତ୍ର ହୋଇ ଆସିଥିଲେ, କିନ୍ତୁ ୨୦୧୯ରେ ସେ ରାଫେଲ ଚୁକ୍ତିର ଏଜେଣ୍ଟ ବନି ଯିବେ ।”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/AABrerF.jpg)
/kanak/media/post_attachments/wp-content/uploads/2019/05/download-3-1-300x168.jpg)