ପ୍ରଧାନମନ୍ତ୍ରୀ ମୋଦିଙ୍କୁ “କଳା ଇଂରେଜ” ନାଁରେ ସମ୍ବୋଧନ କଲେ ନବଜୋତ୍ ସିଂହ ସିଦ୍ଧୁ ! କହିଲେ ପ୍ରଥମେ ହିରୋ,ବିବି ଏବଂ କୁଲି ନମ୍ବର ୱାନ୍ ଫିଲ୍ମ ଦେଖିଥିଲି ଏବେ ଫେକୁ ନମ୍ବର ୱାନ୍ ଫିଲ୍ମ ରିଲିଜ୍ ହେବ । 

311

ପୂର୍ବ କ୍ରିକେଟର ଏବଂ ପଞ୍ଜାବ ସରକାରରେ ଥିବା କ୍ୟାବିନେଟ୍ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ଚଳିତ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣାତ୍ମକ ହୋଇଯାଇଛନ୍ତି । ଇନ୍ଦୋରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସମୟରେ ସିଦ୍ଧୁ ଶୁକ୍ରବାର ପିଏମ୍ ମୋଦିଙ୍କୁ କଳା ଇଂରେଜ ବୋଲି ସମ୍ବୋଧନ କରିଛନ୍ତି । ତେବେ ସିଦ୍ଧୁଙ୍କ ଏହି ବୟାନରେ ବିଜେପି ତରଫରୁ କଡା ପ୍ରତିକ୍ରିୟା ମିଳିଛି । ବିଜେପି ନେତା ଗିରିରାଜ୍ ସିଂହ କହିଛନ୍ତି ନବଜୋତ୍ ସିଂହ ସିଦ୍ଧୁ ଦେଶକୁ ଭାଙ୍ଗୁଥିବା ଲୋକଙ୍କ ମଧ୍ୟରୁ ଜଣେ । ସେ କହିଛନ୍ତି ସିଦ୍ଧୁଙ୍କୁ ରାହୁଲଙ୍କ ସଙ୍ଗତିର ଖରାପ ପ୍ରଭାବ ପଡିଛି । ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରଭକ୍ତିକୁ ନେଇ କେହି ସନ୍ଦେହ କରିପାରିବେ ନାହିଁ ।

କ୍ରିକେଟରରୁ ନେତା ହୋଇଥିବା ସିଦ୍ଧୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରେ ଦମ୍ ନାହିଁ ଯେ ସେ ରୋଜଗାର,ନୋଟବନ୍ଦୀ ଏବଂ ଜିଏସଟି ଭଳି ମୁଦ୍ଦାକୁ ନେଇ ନିର୍ବାଚନ ଲଢିବେ । କଂଗ୍ରେସ ନେତା କହିଥିଲେ ମୋଦି ସରକାର ଗଙ୍ଗା ନଦୀକୁ ସଫା କରିବା, ଦୁଇକୋଟି ଚାକିରୀ ଯୋଗାଇଦେବା ଏବଂ ବିଦେଶ ବ୍ୟାଙ୍କରେ ଜମା ଥିବା କଳାଧନକୁ ଭାରତ ଆଣିବା ପାଇଁ କରିଥିବା ପ୍ରତିଶୃତିରେ ଫେଲ୍ ହେଲେ ।

ନିଜର ସାଇରାନା ଅନ୍ଦାଜରେ ସିଦ୍ଧୁ କହିଥିଲେ ସେ ହିରୋ ନମ୍ବର ୱାନ୍ , ବିବି ନମ୍ବର ୱାନ୍ ଏବଂ କୁଲି ନମ୍ବର ୱାନ୍ ଭଳି ସିନେମା ଦେଖିଥିଲେ କିନ୍ତୁ ଏବେ ଆଉ ଏକ ସିନେମା ରିଲିଜ୍ ହେବାକୁ ଯାଉଛି ଯାହାର ନାଁ ଫେକୁ ନମ୍ବର ୱାନ୍ । ଆପଣଙ୍କୁ କହିରଖୁଛୁ ଇନ୍ଦୋରରେ ସପ୍ତମ ଏବଂ ଅନ୍ତିମ ଚରଣରେ ୧୯ ମେ ରେ ମତଦାନ ହେବାକୁ ଯାଉଛି । ଏହି ସମୟରେ ଏମପିର ୮ ଲୋକସଭା ସିଟ୍ ରେ ନିର୍ବାଚନ ହେବ । ଭୋଟ୍ ଗଣନା ୨୩ ମେ ରେ ହେବ ।