ସିଦ୍ଧୁଙ୍କ ଉପରେ ତାଙ୍କ ଭଉଣୀ ଆଣିଲେ ଗମ୍ଭୀର ଅଭିଯୋଗ, କହିଲେ ଜମି ଦଖଲ କରି ମା’ଙ୍କୁ ଘରୁ ତଡିଦେଲେ

595

କନକ ବ୍ୟୁରୋ : ପଞ୍ଜାବରେ ଆସନ୍ତା ମାସ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ କିଛିମାସ ତଳେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଦଳର ହାଇକମାଣ୍ଡ ନିଯୁକ୍ତ କରିବା ପରେ ରାଜ୍ୟରେ ଚନ୍ନିଙ୍କ ପରେ ଏବେ ସେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରତୀତ ହେଉଛନ୍ତି । ହେଲେ ବିବାଦ ତାଙ୍କ ପିଛା ଛାଡୁନି, ଦଳୀୟ ବିବାଦ ପରେ ଏବେ ଘରୋଇ ବିବାଦରେ ଛନ୍ଦି ହୋଇପଡିଛନ୍ତି ସିଦ୍ଧୁ ।

ସିଦ୍ଧୁଙ୍କ ବଡ ଭଉଣୀ ସିଦ୍ଧୁଙ୍କ ନାମରେ ଏଭଳି ଏକ ଅଭିଯୋଗ ଆଣିଛନ୍ତି କି ସିଦ୍ଧୁଙ୍କ ନିର୍ବାଚନୀ ରାଜନୀତି ଉପରେ ତାହାର ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି । ସିଦ୍ଧୁଙ୍କ ଭଉଣୀ ସୁମନଜୋତ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି ତାଙ୍କ ଭାଇ ସିଦ୍ଧୁ ପିତାଙ୍କ ସମ୍ପତ୍ତିକୁ ଦଖଲ କରିବାକୁ ନିଜ ମା’ଙ୍କୁ ଘରୁ ତଡି ଦେଇଛନ୍ତି । ଏହାସହ ସିଦ୍ଧୁ ପରିବାର ଲୋକଙ୍କୁ ବାରମ୍ବାର ମିଛକଥା କହୁଥିବା ବେଳେ ସିଦ୍ଧୁଙ୍କୁ ଟାର୍ଗେଟ କରି ତାଙ୍କ ଭଉଣୀ କହିଛନ୍ତି କି ମୁଁ ସିଦ୍ଧୁ ନୁହେଁ, ତେଣୁ ମୋତେ ମିଛ କହିଆସେ ନାହିଁ ।

ଗୋଟିଏ ପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚନ୍ନିଙ୍କ ପରେ ସିଦ୍ଧଙ୍କ ନାମ ଆସୁଥିବା ବେଳେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସିଦ୍ଧୁଙ୍କ ଭଉଣୀ ସିଦ୍ଧୁଙ୍କ ଉପରେ ଏଭଳି ଅଭିଯୋଗ ଆଣିବା ସିଦ୍ଧୁଙ୍କ ବିବାଦକୁ ବଢାଇଦେଇଛି । ଅଭିଯୋଗ ଆଣିଥିବା ସିଦ୍ଧୁଙ୍କ ଭଉଣୀ ଆମେରିକାରେ ରହୁଥିବା ବେଳେ ସେ କହିଛନ୍ତି କି ସିଦ୍ଧୁଙ୍କ ପିତା ଭଗୱନ୍ତ ସିଦ୍ଧୁଙ୍କ ମୃତ୍ୟୁ ପରେ ସିଦ୍ଧୁ ମା’ ନିର୍ମଳା ଓ ଭଉଣୀଙ୍କୁ ଘରୁ ତଡି ଦେଇଛନ୍ତି ।

ସେ ଆହୁରି କହିଛନ୍ତି କି ସିଦ୍ଧୁ ଲୋକଙ୍କ ପାଖରେ ମିଛ କହୁଛନ୍ତି କି, ସେ ୨ ବର୍ଷର ହୋଇଥିବା ବେଳେ ତାଙ୍କ ବାପା ଓ ମା ଅଲଗା ହୋଇଯାଇଥିଲେ । ହେଲେ ସିଦ୍ଧୁଙ୍କ ଭଉଣୀ କହିଛନ୍ତି କି ସିଦ୍ଧୁଙ୍କ ମା’ ଅସହାୟ ଅବସ୍ଥାରେ ଦିଲ୍ଲୀ ରେଳ ଷ୍ଟେସନରେ ମୃତ୍ୟୁବରଣ କରିଥିଲେ ।