ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର ।

293

କନକ ବ୍ୟୁରୋ : ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ପଞ୍ଜାବ ମନ୍ତ୍ରିମଣ୍ଡଳରୁ ସିଦ୍ଧୁ ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ନିଜ ଟ୍ୱିଟର ହ୍ୟାଣ୍ଡେଲ ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ନିଜ ଇସ୍ତଫାପତ୍ର ମଧ୍ୟ ସେ ଟ୍ୱିଟରରେ ସେୟାର କରିଛନ୍ତି ।