ନରମ ପଡୁଛି ସିଦ୍ଧୁଙ୍କ ରାଗ । ଆଜି ଚନ୍ନିଙ୍କୁ ଭେଟିବା ପରେ ଇସ୍ତଫା ପ୍ରତ୍ୟାହାର ନେଇ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି କ୍ୟାପେଟେନ !

138

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସରେ ଦେଖାଦେଇଥିବା କନ୍ଦଳ ଏବେ ପୁରା ଥମି ନାହିଁ । ଗୋଟେପଟେ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ପଞ୍ଜାବ ପାଇଁ ନୂଆ ଅଧ୍ୟକ୍ଷ ସନ୍ଧାନରେ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ସିଦ୍ଧୁ ଭେଟିବେ ବୋଲି ଜଣାପଡିଛି । ଏହି ଭେଟଘାଟ ସମୟରେ ଚନ୍ନି ସିଦ୍ଧୁଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ଓ ସିଦ୍ଧୁ ଯଦି ଚନ୍ନିଙ୍କ କଥାରେ ରାଜି ହୁଅନ୍ତି ତେବେ ଖୁବଶୀଘ୍ର ସେ ତାଙ୍କର ଇସ୍ତଫାପତ୍ର ପ୍ରତ୍ୟାହାର କରିପାରନ୍ତି । ଏନେଇ ସିଦ୍ଧୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ଉଭୟ ଦିନ ୩ ଟାରେ ଚଣ୍ଡିଗଡ ସ୍ଥିତ ପଞ୍ଜାବ ଭବନରେ ଭେଟ ହେବେ ।

କହିରଖୁ କି ଇସ୍ତଫା ପରେ ସିଦ୍ଧୁ ଚନ୍ନୀଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ଯେ ଚନ୍ନି ତାଙ୍କ ସରକାରରେ କିଛି ଅପରାଧୀ ମାନଙ୍କୁ ସାମିଲ କରିଛନ୍ତି । କହିରଖୁ କି, ପ୍ରଥମେ ପଞ୍ଜାବ କଂଗ୍ରେସରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରସିଂ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଦୀର୍ଘଦିନ ଲାଗି ରହିବାରୁ ଶେଷରେ ପରାଜୟ ସ୍ୱିକାର କରି କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେଲେ ବିବାଦ ମେଣ୍ଟି ନଥିଲା । ଏବେ ସିଦ୍ଧୁ ଓ ପଞ୍ଜାବର ନ୍ରୂଆ ମୁଖ୍ୟମନ୍ତ୍ରୀ ଚରଣଜିତସିଂହ ଚନ୍ନିଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେବାରୁ ଏଥର କ୍ୟାପଟେନ ପରାଜୟ ସ୍ୱିକାର କରି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଏହି କ୍ରମରେ ସେ ଗତକାଲି ଦିଲ୍ଲୀ ଯାଇ ପ୍ରଥମେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଏବେ ଆଲୋଚନା ହେଉଛି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୂୁ ଭେଟିବାକୁ ଦିଲ୍ଳୀରେ ଡେରା ପକାଇଛନ୍ତି ।

କହିରଖୁ କି ପଞ୍ଜାବ କଂଗ୍ରେସର ସ୍ଥିତି ଯେଉଁଆଡକୁ ଗତିି କରୁଛି ଏହା ଯଦି ଲାଗିରହେ ତେବେ ଆସନ୍ତା ୨୦୨୨ ନିର୍ବାଚନରେ କଂଗ୍ରେସ ଶାସିତ ରାଜ୍ୟମାନଙ୍କ ମାନଚିତ୍ରରୁ ପଞ୍ଚାବ ଲିଭିଯିବ । ସେଠାରେ ଦ୍ୱିତୀୟ ବୃହତ ଦଳଭାବେ ଆମ୍ ଆଦମୀ ପାର୍ଟି ଉଭା ହୋଇଥିବା ବେଳେ ଯଦି କ୍ୟାପଟେନ ବିଜେପିରେ ମିଶନ୍ତି ତେବେ କଂଗ୍ରେସ ୨୨ ନିର୍ବାଚନ ପରେ ସେଠାରେ ବିରୋଧୀଦଳ ପାଇଁ ଆବଶ୍ୟକ ବିଧାୟକ ଜିତିବାର ସମ୍ଭାବନା କ୍ଷୀଣ !