ପଂଜାବ ପାଇଁ ବିଜେପିର ଗୋଟିଚାଳନା । ହାତ ଛାଡି ପଦ୍ମ ଧରିପାରନ୍ତି ନବଜୋତ ସିଂ ସିଦ୍ଦୁ, ଅମୃତସର ଆସନର ବିଜେପିରୁ ମିଳିପାରେ ଟିକେଟ

ପଂଜାବ ପାଇଁ ବିଜେପିର ଗୋଟିଚାଳନା । ହାତ ଛାଡି ପଦ୍ମ ଧରିପାରନ୍ତି ନବଜୋତ ସିଂ ସିଦ୍ଦୁ, ଅମୃତସର ଆସନର ବିଜେପିରୁ ମିଳିପାରେ ଟିକେଟ

କନକ ବ୍ୟୁରୋ : ବିଜେପିକୁ ଫେରିପାରନ୍ତି ନବଜୋତ ସିଂ ସିଦ୍ଦୁ । ଚର୍ଚ୍ଚା ହେଉଛି ସିଦ୍ଦୁ ପଦ୍ମ ଧରିବା ସହ ଦଳ ତାଙ୍କୁ ଅମୃତସର ଆସନ ଟିକେଟ ଦେଇପାରେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପଂଜାବ ପ୍ରଦେଶ ବିଜେପି ମୁଖ୍ୟ ସୋମଦେବ ଶର୍ମା ଏନେଇ ଆଶିଂକ ସୂଚନା ଦେଇଛନ୍ତି । ସେପଟେ କଂଗ୍ରେସ ଏହି ଖବରକୁ ଖଣ୍ଡନ କରିଛି । ସେପଟେ ଗୁରୁଦାସପୁର ଲୋକସଭା ଆସନରେ ବିଜେପି ସନ୍ନି ଦେଓଲଙ୍କ ବଦଳରେ ଏଥରକ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ଟିକେଟ ଦେଇପାରେ । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଯୁବରାଜ ଭେଟିବା ପରେ ଦଳରେ ସାମିଲ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁଦାସପୁର ଅ।।ସନରୁ ବିଜେପି ଲଗାତାର ସେଲିବ୍ରେଟି ଚେହେରାଙ୍କୁ ଟିକେଟ ଦେଇ ଆସୁଛି । ସନ୍ନି ଦେଓଲଙ୍କ ପୂର୍ବରୁ ଏହି ଆସନରୁ ଲଢ଼ିଥିଲେ ଦିବଂଗତ ଅଭିନେତା ବିନୋଦ ଖନ୍ନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe