ରାହୁଲ ଗାନ୍ଧୀ- ପ୍ରିୟଙ୍କାଙ୍କ ସହିତ ସବୁବେଳେ ଛିିଡା ହେଇରହିବି । ରାଜନୈତିକ ହଟଚମଟ ଭିତରେ ପୁଣି ସିଦ୍ଧୁ କହିଲେ ଏମିତି କଥା…

155

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ଏବେ ପ୍ରତିଦିନ ନୂଆ ନୂଆ କଥା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଅସନ୍ତୋଷ ଜାହିର କରି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ସିଦ୍ଧୁ ଏବେ ପୁଣି ନିଜ କଥାକୁ ପରିବର୍ତ୍ତନ କରିଛନ୍ତି । ଆଉ କହିଛନ୍ତି, ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସାଥୀରେ ସବୁବେଳେ ଛିଡା ହୋଇଛନ୍ତି ।

ନବଜୋତ୍ ସିଂହ ସିଦ୍ଧୁ କହିଛନ୍ତି, ସେ ସବୁବେଳେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସିଦ୍ଧାନ୍ତରେ ଚାଲି ଆସିଛନ୍ତି । ସେ ପାର୍ଟିରେ କୌଣସି ପୋଷ୍ଟରେ ନରହିଲେ ବି ସବୁବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଛିଡା ହୋଇ ରହିବେ । ଖାଲି ସେତିକି ନୁହେଁ, କିଛି ନକରାତ୍ମକ ଶକ୍ତି ତାଙ୍କୁ ହରାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ପଞ୍ଜାବ, ପଞ୍ଜାବୀ କେବେ ବି ହାରେନାହିଁ ବୋଲି ସିଦ୍ଧୁ କହିଛନ୍ତି । ଏଥିସହିତ ସିଦ୍ଧୁ ଦାବି କରିଛନ୍ତି, ପଞ୍ଜାବ କଂଗ୍ରେସ ଏବେ ବି ଏକ ହୋଇରହିଛି । ଆଗାମୀ ବିଧାନସଭା ନିର୍ବାଚନରେ ଦଳ ବଡ ବିଜୟ ହାସଲ କରିବ ।

ତେବେ କିଛି ଦିନ ତଳେ ପଞ୍ଜାବର ନୂଆ ଡିଜିପି ଓ ଆଡଭୋକେଟ୍ ଜେନେରାଲ ନିଯୁକ୍ତିକୁ ନେଇ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ଭିତରେ ବିବାଦ ଦେଖିବାକୁ ମିଳିଥିଲା । ଏହାପରେ ହଠାତ୍ ସିଦ୍ଧୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ପଞ୍ଜାବ ରାଜନୀତି ଦିଲ୍ଲୀରେ କମ୍ପନ ସୃଷ୍ଟି କରିଥିଲା । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଆସି ସିଦ୍ଧୁଙ୍କ ସହିତ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ସଫଳ ହୋଇଥିବା ଖବର ମିଳିଛି । ଆଉ ସିଦ୍ଧୁ ପୁଣି ଖୁବଶୀଘ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।