ହରିୟାଣା ସରକାରର ମନ୍ତ୍ରୀ ଅନିଲ ଭିଜ୍ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ଦଳରୁ ଅପମାନିତ ହୋଇଥିବା ନେତା କହିଛନ୍ତି । ଅନିଲ ଭିଜ୍ ସିଦ୍ଧୁଙ୍କୁ ପରାମର୍ଶ ଦେଇଛନ୍ତି କି, “ପାକିସ୍ତାନ ଯାଇ ଇମରାନ ଖାନଙ୍କ ଦଳ ତେହେରିକ-ଏ-ଇନସାଫରେ ମିଶି ଯାଆନ୍ତୁ ।” ସେ ସିଦ୍ଧୁଙ୍କ ବିଷୟରେ ଏଭଳି ବୟାନ ଦେଇଛନ୍ତି ।
ଅନିଲ ଭିଜ୍ ଟ୍ୱିଟ୍ କରି କହିଛନ୍ତି କି, “ବଜୋତ୍ ସିଂହ ସିଦ୍ଧୁ କଂଗ୍ରେସ ଓ ବିଜେପି ସମେତ ସମସ୍ତ ଦଳ ଦ୍ୱାରା ଅପମାନିତ ହୋଇସାରିଛନ୍ତି । ଏବେ ତାଙ୍କ ପାଖରେ କେବଳ ଗୋଟିଏ ହିଁ ବିକଳ୍ପ ବଂଚିଛି କି ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ତେହେରିକ୍-ଏ-ଇନସାଫ୍ ପାର୍ଟିରେ ସାମିଲ ହୋଇଯାଆନ୍ତୁ ।”
ଏହା ପୂର୍ବରୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଥିବା କଳି ଉଜାଗର ହୋଇଯାଇଥିଲା । ଅମରିନ୍ଦର ଗଣମାଧ୍ୟମକୁ କହିଥିଲେ କି, “ସିଦ୍ଧୁ ମୋ ସ୍ଥାନ ନେବା ପାଇଁ ଚାହୁଁଛନ୍ତି । କଂଗ୍ରେସର ଛବି ବିଗାଡିବାକୁ ଚାହୁଁଛନ୍ତି, ଦଳକୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।”
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/anil-vij-759_154999_730x419-m.jpg)
/kanak/media/post_attachments/wp-content/uploads/2019/05/1-9-300x192.jpg)