ପୁଣି ଚର୍ଚ୍ଚାରେ ସିଦ୍ଧୁ ! ସୋସିଆଲ ମିଡିଆରୁ ସାମ୍ନାକୁ ଆସିଲା ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଥିବା ଫଟୋ

ପାକିସ୍ତାନ ଶୀଖ୍ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ମହାସଚିବ ଗୋପାଲ ସିଂ ଚାୱଲା ନବଜୋତ୍ ସିଂ ସିଦ୍ଧୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

646

ପୁଣି ଚର୍ଚ୍ଚାରେ ନବଜୋତ୍ ସିଂ ସିଦ୍ଧୁ । ଏଥର କୌଣସି ବୟାନକୁ ନେଇ ଚର୍ଚ୍ଚାକୁ ଆସିନାହାନ୍ତି ବରଂ ମୁଣ୍ଡରେ ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଥିବା ଫଟୋ ସାମ୍ନାକୁ ଆସିବା ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ଚର୍ଚ୍ଚାକୁ ଆସିଛନ୍ତି ।
ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଶୀଖ୍ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ମହାସଚିବ ଗୋପାଲ ସିଂ ଚାୱଲା ନବଜୋତ୍ ସିଂ ସିଦ୍ଧୁଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସିଦ୍ଧୁ ପାକିସ୍ତାନ ପତାକାର ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ପରେ ଏହି ଫଟୋକୁ ଠିକ ଭାବେ ଯାଞ୍ଚ କରିବା ପରେ ଜଣାପଡିଥିଲା ଏହି ଫଟୋକୁ ଫଟୋସପରେ ଏଙ୍ଗିଟ କରି ସୋସିଆଲ ମିଡିଆରେ ସେୟାର କରାଯାଇଛି । ଗୋପାଲ ସିଂ ଚାୱଲା ଏହି ଫଟୋକୁ ସେୟାର କରିବା ସହ ଲୋକମାନଙ୍କୁ ମଧ୍ୟ ଆହୁରି ସେୟାର କରିବାକୁ କହିଥିଲେ । ତାଙ୍କର ଏପରି କରିବା ପଛରେ କଣ କାରଣ ରହିଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇପାରିନଥିଲେ ବି ସେ ଲୋକଲୋଚନକୁ ଆସିବା ପାଇଁ ଏପରି କରିଥିବା ଅନୁମାନ କରାଯାଉଛି ।
ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଶପଥଗ୍ରହଣ ବେଳେ ସିଦ୍ଧୁ ପାକିସ୍ତାନ ଯାଇଥିଲେ । ସେହି ସମୟରେ ସିଦ୍ଧୁ ଅନେକ ପାକିସ୍ତାନି ନେତାଙ୍କ ସହ ମିଶିବା ସହ ଗୋପାଲ ସିଂ ଚାୱଲାଙ୍କୁ ମଧ୍ୟ ଆଲିଙ୍ଘନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସିଦ୍ଧୁ ଏହି ଘଟଣାକୁ ଖଣ୍ଡନ କରି କହିଥିଲେ ସେ ଗୋପାଲ ସିଂ କିଏ ଜାଣିନାହାନ୍ତି ।