ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଦ୍ଧୁଙ୍କ ପ୍ରତିକ୍ରିୟା ! କହିଲେ , ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସତ କିନ୍ତୁ କଂଗ୍ରେସର ହାତ ଛାଡିବେ ନାହିଁ ।

197

ପଞ୍ଜାବ ମନ୍ତ୍ରୀମଣ୍ଡଳରେ ପଦବୀରେ ପରିବର୍ତ୍ତନ ହେବାକୁ ନେଇ ଇସ୍ତଫା ଦେଇଥିବା କଂଗ୍ରେସ ମନ୍ତ୍ରୀ ନବଜୋତ୍ ସିଂହ ସିଦ୍ଧୁ ମଙ୍ଗଳବାର ନିଜ ସମର୍ଥକଙ୍କୁ ଭେଟି ପାର୍ଟିରେ ରହିଥିବା କଥା କହିଛନ୍ତି । ନିଜ ବାସଭବନରେ ସିଦ୍ଧୁ ସମର୍ଥକ ଏବଂ ସ୍ଥାନୀୟ କାଉନସିଲର୍ ମାନଙ୍କ ସହ ସାକ୍ଷାତକାର କରିଥିଲେ । ସାକ୍ଷାତରେ ଯୋଗ ଦେଇଥିବା କାଉନସିଲର୍ ମୋନିକା ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ହେଁ ପାର୍ଟିରୁ ଇସ୍ତଫା ଦେଇନାହାନ୍ତି । ବୈଠକରେ ସେ ସମସ୍ତଙ୍କୁ ହତୋତ୍ସାହିତ ନହୋଇ କଡା ପରିଶ୍ରମ କରିବାକୁ କହିଥିଲେ । ସ୍ଥାନୀୟ ନେତାଙ୍କ କହିବାନୁସାରେ , ନବଜୋତ୍ ସିଂହ ସିଦ୍ଧୁ ବର୍ତ୍ତମାନ କ’ଣ ଭବିଷ୍ୟତରେ ବି କଂଗ୍ରେସ ଛାଡିପାରିବେ ନାହିଁ । ସିଦ୍ଧୁ ପ୍ରଥମେ ବିଜେପିରେ ଥିଲେ ୨୦୧୭ ପଞ୍ଜାବ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ହିଁ କଂଗ୍ରେସରେ ସାମିଲ ହୋଇଥିଲେ ।