କର୍ତାରପୁର ଶାହେବ କରିଡର ପାଇଁ ପାକିସ୍ତାନ ପଟେ ଆଜି ହେବ ଶିଳାନ୍ୟାସ ! ଭାରତରୁ ଅତିଥି ହୋଇ ଯାଇଛନ୍ତି ନଭଜ୍ୟୋତ ସିଂ ସିଦ୍ଧୁ ।

166

କନକ ବ୍ୟୁରୋ : କର୍ତାରପୁର ଶାହିବ କରିଡର ପାଇଁ ପାକିସ୍ତାନ ପଟେ ଆଜି ଶିଳାନ୍ୟାସ କରିବେ ପାକ୍ ସରକାର । ପାକିସ୍ତାନ ପଟେ କରିଡର ପାଇଁ ନିର୍ମାଣ ହେବାକୁ ଥିବା ୩କିଲୋମିଟର ରାସ୍ତା ନିର୍ମାଣ କରିବେ ପାକ୍ ସରକାର । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ଅନୁଯାୟୀ ସେଠାରେ ପହଁଚିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ତେବେ ପାକିସ୍ତାନ ମାଟିରୁ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ।

ପାକିସ୍ତାନ ଲାହୋରରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ସିଦ୍ଧୁ କହିଥିଲେ ପାକ୍ ଆର୍ମି ମୁଖ୍ୟଙ୍କ ସହ ଆଲିଙ୍ଗନ ଗୋଟିଏ ସେକେଣ୍ଡର ଥିଲା, ଏହା କୌଣସି ରାଫେଲ ଡ଼ିଲ ନଥିଲା । ଦୁଇ ପଞ୍ଜାବୀ ମିଶିଲେ ସେ ପରସ୍ପର ସହ ଆଲିଙ୍ଗନ କରନ୍ତି ଏବଂ ଏହା ପଞ୍ଜାବର ଏକ ସାଧାରଣ କଥା ବୋଲି କହିଛନ୍ତି ସିଦ୍ଧୁ । ଏହା ସହ ସେ କହିଛନ୍ତି, ପାକିସ୍ତାନ ଆସିବା ପାଇଁ ମତେ କୌଣସି ନେତା କି ମନ୍ତ୍ରୀ ଅଟକାଇ ନାହାନ୍ତି । ସେ ଏଠାକୁ ଧାର୍ମିକ କାର୍ଯ୍ୟକ୍ରମରେ ଆସିଛନ୍ତି, ଏହାକୁ ନେଇ କୌଣସି ରାଜନୀତି ନକରିବାକୁ ସିଦ୍ଧୁ ଅନୁରୋଧ କରିଛନ୍ତି । ୱାଘା ବର୍ଡ଼ର ଅତିକ୍ରମ କରି ସିଦ୍ଧୁ ପାକିସ୍ତାନରେ ପହଂଚିଥିଲେ । ସେଠାରେ ପହଂଚିବା ପରେ ସିଦ୍ଧୁ କହିଛନ୍ତି ସେ ବାବା ନାନକଙ୍କ ସନ୍ଦେଶବାହକ ହୋଇ ଆସିଛନ୍ତି । ଏଠାରେ ଶାନ୍ତିର ସନ୍ଦେଶ ଦେବେ । ତାଙ୍କର ଏହି ଗସ୍ତକୁ ନେଇ ଦେଶର ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।