କନକ ବ୍ୟୁରୋ : ନିର୍ବାଚନକୁ ନେଇ ଜାରି ରହିଛି ନେତାଙ୍କ ବିବାଦୀୟ ବୟାନବାଜି । ନିର୍ବାଚନ କମିଶନଙ୍କ କଡା କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମଧ୍ୟ ଜୋର ଧରୁଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଆଉ ଏହାରି ଭିତରେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ୨୦୧୪ ରେ ମୋଦିଙ୍କ ଗଙ୍ଗା ମା’ଙ୍କ ନାଁ ନେଇ ଆସିଥିଲେ, କିନ୍ତୁ ୨୦୧୯ରେ ରାଫେଲର ଦଲାଲ ହୋଇ ଯିବେ ।
आए थे 2014 में माँ गंगा के लाल बनके,
जाओगे 2019 में राफेल के दलाल बनकेमोदी जी कहते हैं कि अगर पेन भी लो तो पक्का बिल लो मगर राफेल का बिल पूछो तो बिल-बिला जाते हैं।
जिन दरवाजों के बाहर चौकीदार खड़े होते हैं वह अक्सर गरीबों के लिए बंद पाए जाते हैं pic.twitter.com/3oyDsc0p0q
— Navjot Singh Sidhu (@sherryontopp) April 18, 2019
ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି, ମୋଦି କହୁଛନ୍ତି ପେନ୍ ଟିଏ କିଣିଲେ ବିଲ୍ ନେବା ପାଇଁ କିନ୍ତୁ ରାଫେଲ ବିଲ୍ କଥା ପଚାରିଲେ ସେ ହଡବଡେଇ ଯାଉଛନ୍ତି । ଯେଉଁ କବାଟ ବାହାରେ ଚୌକିଦାର ଛିଡା ହେଉଛନ୍ତି, ସେହି କବାଟ ସବୁବେଳେ ଗରିବଙ୍କ ପାଇଁ ବନ୍ଦ ଥିବା ଦେଖିବାକୁ ମିଳୁଛି ବୋଲି ସିଦ୍ଧୁ କହିଛନ୍ତି । ତେବେ ଏହା ପୂର୍ବରୁ ଗତ ବୁଧବାର ଗୁଜୁରାଟର ଏକ ନିର୍ବାଚନୀ ସଭାରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ସିଦ୍ଧୁ ।