ପଞ୍ଜାବରେ ଖରାପ ପ୍ରଦର୍ଶନ ପରେ ନବଜୋତ୍ ସିଂ ସିଦ୍ଧୁଙ୍କ ଟ୍ୱିଟ୍ : କହିଲେ, 'ଭୋଟରଙ୍କ ମତ ଭଗବାନଙ୍କ ମତ'

Advertisment
ପଟିଆଲା କେନ୍ଦ୍ରୀୟ ଜେଲର ବାରାକ୍ ନମ୍ବର ୧୦ରେ ଅଛନ୍ତି ସିଦ୍ଧୁ । ରୁଟି, ଡାଲି ଦିଆଯାଇଥିଲେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଖାଇଲେନି କିଛି ।

କନକ ବ୍ୟୁରୋ : ପଞ୍ଜାବରେ ଖରାପ ପ୍ରଦର୍ଶନ ପରେ ନବଜୋତ୍ ସିଂ ସିଦ୍ଧୁଙ୍କ ଟ୍ୱିଟ୍ । ବିଜୟ ପାଇଁ ଆମ ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଲେ । ଟ୍ୱିଟ୍ କରି ଲେଖିଲେ, ଭୋଟରଙ୍କ ମତ ଭଗବାନଙ୍କ ମତ । ପଞ୍ଜାବବାସୀଙ୍କ ନିର୍ଣ୍ଣୟକୁ ମଥାପାତି ସ୍ୱୀକାର କରୁଛି ।

ସେପଟେ,  ପଞ୍ଜାବରେ ଆମ ଆଦମୀ ପାର୍ଟିର ଅପୂର୍ବ ସଫଳତା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ୍ । ହାତରେ ବିଜୟ ସଙ୍କେତ ଦେଖାଇ ଭଗୱନ୍ତ ମାନଙ୍କ ସହ ଫଟୋ ଶେୟାର କରିଛନ୍ତି । ପୋଷ୍ଟରରେ ଲେଖିଛନ୍ତି ଏହି କ୍ରାନ୍ତି ପାଇଁ ପଞ୍ଜାବବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଭଗବନ୍ତ ମାନ୍ । ଦିଲ୍ଲୀରେ କେଜ୍ରିୱାଲ, ପଞ୍ଜାବରେ ଭଗୱନ୍ତ ମାନ ସରକାର ଗଢିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe