କନକ ବ୍ୟୁରୋ : ପଞ୍ଜାବରେ ଖରାପ ପ୍ରଦର୍ଶନ ପରେ ନବଜୋତ୍ ସିଂ ସିଦ୍ଧୁଙ୍କ ଟ୍ୱିଟ୍ । ବିଜୟ ପାଇଁ ଆମ ଆଦମୀ ପାର୍ଟିକୁ ଶୁଭେଚ୍ଛା ଜଣାଇଲେ । ଟ୍ୱିଟ୍ କରି ଲେଖିଲେ, ଭୋଟରଙ୍କ ମତ ଭଗବାନଙ୍କ ମତ । ପଞ୍ଜାବବାସୀଙ୍କ ନିର୍ଣ୍ଣୟକୁ ମଥାପାତି ସ୍ୱୀକାର କରୁଛି ।

Advertisment

ସେପଟେ,  ପଞ୍ଜାବରେ ଆମ ଆଦମୀ ପାର୍ଟିର ଅପୂର୍ବ ସଫଳତା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ୍ । ହାତରେ ବିଜୟ ସଙ୍କେତ ଦେଖାଇ ଭଗୱନ୍ତ ମାନଙ୍କ ସହ ଫଟୋ ଶେୟାର କରିଛନ୍ତି । ପୋଷ୍ଟରରେ ଲେଖିଛନ୍ତି ଏହି କ୍ରାନ୍ତି ପାଇଁ ପଞ୍ଜାବବାସୀଙ୍କୁ ବହୁତ ବହୁତ ଧନ୍ୟବାଦ । ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଢିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଭଗବନ୍ତ ମାନ୍ । ଦିଲ୍ଲୀରେ କେଜ୍ରିୱାଲ, ପଞ୍ଜାବରେ ଭଗୱନ୍ତ ମାନ ସରକାର ଗଢିବେ ।