ଦୁର୍ଗମ ଅଞ୍ଚଳରେ ଘର ତଥାପି ସାହସ କରି ଜଳବନ୍ଦୀ ଅଞ୍ଚଳରୁ ବାହାରିଲେ: ଶିକ୍ଷିତ ହୋଇ ନିଜ ଅଞ୍ଚଳର ବିକାଶ କରିବାକୁ ଦେଖିଲେ ସ୍ୱପ୍ନ; ସବୁ ପ୍ରତିବନ୍ଧକକୁ ପାର୍ କରି ଗାଁରେ ପ୍ରଥମ ମାଟ୍ରିକ୍ ପାସ୍ କଲେ ନବୀନା

Advertisment
ଦୁର୍ଗମ ଅଞ୍ଚଳରେ ଘର ତଥାପି ସାହସ କରି ଜଳବନ୍ଦୀ ଅଞ୍ଚଳରୁ ବାହାରିଲେ: ଶିକ୍ଷିତ ହୋଇ ନିଜ ଅଞ୍ଚଳର ବିକାଶ କରିବାକୁ ଦେଖିଲେ ସ୍ୱପ୍ନ; ସବୁ ପ୍ରତିବନ୍ଧକକୁ ପାର୍ କରି ଗାଁରେ ପ୍ରଥମ ମାଟ୍ରିକ୍ ପାସ୍ କଲେ ନବୀନା

କନକ ବ୍ୟୁରୋ: ଦୁର୍ଗମ ଅଞ୍ଚଳରେ ଘର। ତଥାପି ସାହସ କରି ଜଳବନ୍ଦୀ ଅଞ୍ଚଳରୁ ବାହାରିଲେ। ଶିକ୍ଷିତ ହୋଇ ନିଜ ଅଞ୍ଚଳର ବିକାଶ କରିବାକୁ ସ୍ବପ୍ନ ଦେଖିଲେ। ନାନା ବାଧାବିଘ୍ନ ସତ୍ତ୍ବେ ସବୁ ପ୍ରତିବନ୍ଧକକୁ ପାର୍ ହୋଇ ସ୍ବାଭିମାନ ଅଞ୍ଚଳରେ ନୂଆ ଆଶା ଦେଖାଇଛନ୍ତି ଗାଜଲମାମୁଡ଼ି ଗାଁର ନବୀନା ଖିଲ। ଗାଁର ପ୍ରଥମ ମାଟ୍ରିକ୍ ପାସ୍ ଭାବେ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳକୁ ନେଇ ଅନେକ ଅପବାଦ ରହିଛି। ନକ୍ସଲଙ୍କ ଏହି ତଥାକଥିତ ଗଡ଼ରେ ଶିକ୍ଷା ହାର ଆଦୌ ଉତ୍ସାହ ଜନକ ନୁହେଁ। ବିଦ୍ୟାଳୟ ଅଛି, କିନ୍ତୁ ପାଠପଢ଼ା ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ ଅଭିଭାବକ। ସେହିପରି ନକ୍ସଲ ଭୟ ସହ ଅନ୍ୟାନ୍ୟ କାରଣରୁ ଶିକ୍ଷକ ମଧ୍ୟ ଅଧିକାଂଶ ସମୟ ବିଦ୍ୟାଳୟକୁ ଯାଇନଥା’ନ୍ତି। ଏମିତି ପ୍ରତିକୂଳ ସ୍ଥିତି ସତ୍ତ୍ବେ ଗାଜଲମାମୁଡ଼ି ଗାଁର ନବୀନା ଖିଲ ଗାଁ ଆଖପାଖ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଏହାପରେ ଚିତ୍ରକୋଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲା। ଚଳିତବର୍ଷ ସେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ଫଳ ବାହାରିବା ବିଳମ୍ବ ହୋଇଥିବାବେଳେ ବିଦ୍ୟାଳୟ ମଧ୍ୟ ୪ମାସ ହେଲା ବନ୍ଦ ରହିଛି। ସେହିପରି ଯୋଗାଯୋଗର ଭଲ ମାଧ୍ୟମ ନଥିବାରୁ ନିଜ ପରୀକ୍ଷା ଫଳ ବିଷୟରେ ଜାଣିପାରି ନଥିଲେ ନବୀନା। ଆଦିବାସୀ ଝିଅ ଘର କାମ ଶିଖିଗଲେ ବିବାହ କରିବାର ପ୍ରଥା ରହିଛି। ତେଣୁ ନବୀନାଙ୍କୁ ମଧ୍ୟ ପରିବାର ଲୋକ ବିବାହ କରି ଦେବାକୁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ଜାଣି ନଥିବା ନବୀନା ମଧ୍ୟ ପରିବାର କଥାରେ ରାଜି ହୋଇଯାଇଥିଲେ।

କୌଣସି ସୂତ୍ରରୁ ନବୀନାଙ୍କ ସଂପର୍କରେ ଜାଣିବାକୁ ପାଇଥିଲେ ମାଲକାନଗିରିର ସାମାଜିକ କର୍ମୀ ଜୟନ୍ତୀ ବୁରୁଦା। ଗାଁରେ ପହଞ୍ଚି ନବୀନାଙ୍କୁ ପାସ୍ କରିଥିବା ଜଣାଇଥିଲେ। ଝିଅର ବିବାହ ଠିକ୍ ହୋଇ ସାରିଥିବା ଜାଣିବା ପରେ ପରିବାର ଲୋକଙ୍କୁ ଏହା ନ କରିବାକୁ ନିବେଦନ କରିଥିଲେ। ଝିଅକୁ ପାଠ ପଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ। ଏପରିକି ଅଳ୍ପ ବୟସରେ ବିବାହ କରିବା ଦ୍ବାରା କ’ଣ ସବୁ ସମସ୍ୟା ହେବ, ସେ ନେଇ ମଧ୍ୟ ଜଣାଇଥିଲେ। ଜୟନ୍ତୀଙ୍କ ପରାମର୍ଶ ଏବଂ ନବୀନାଙ୍କ ଜିଦ୍ ଯୋଗୁଁ ପରିବାର ଲୋକଙ୍କ ମନ ବୁଝିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe