କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ନବୀନଙ୍କ ଶପଥଗ୍ରହଣ ଉତ୍ସବ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ୨୯ ତାରିଖ ପୂର୍ବାହ୍ନରେ ରାଜଭବନରେ ନିଜ ମନ୍ତ୍ରୀଙ୍କ ସହ ଶପଥ ନେବେ ନବୀନ । ଶପଥ ଗ୍ରହଣ ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ନିରାଡମ୍ବର ଭାବେ କରାଯିବ ବୋଲି ସୂଚନା ମିଳିଛି ।
୨୯ରେ ଶପଥଗ୍ରହଣ ଉତ୍ସବ ଥିବା ବେଳେ ଆସନ୍ତା ୨୬ରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ଯେଉଁଥିରେ ବିଧାୟକ ଦଳ ନେତା ବାଛିବେ ବିଜେଡି ବିଧାୟକ । ଚଳିତ ନିର୍ବାଚନରେ ବିଜେଡି ୧୧୨ ଆସନ ସହ ଏକାକୀ ବହୁମତ ପାଇଛି । ତେଣୁ ରେକର୍ଡ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ । ବିଜେପି ୨୩ ଆସନ ସହ ବିରୋଧୀ ଆସନରେ ବସିବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NAVEEN_00221.png)