ନବୀନଙ୍କ ନୂଆ ଟିମ୍: ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ୫ ମହିଳା ଚେହେରା ।

492

କନକ ବ୍ୟୁରୋ: ଆସିଲା ନବୀନଙ୍କ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ତାଲିକା । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୨୧ ଜଣଙ୍କୁ ମନ୍ତ୍ରୀଙ୍କୁ ପଦ ମିଳିବ । ଏହା ଭିତରୁ ୧୩ ଜଣ କ୍ୟାବିନେଟ ମିନିଷ୍ଟର ଓ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ପାହ୍ୟା ମିଳିବ । କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ହେବାକୁ ଥିବା ତାଲିକାରେ ଅନେକ ନୂଆ ପୁରୁଣା ମୁହଁ ଥିବା ବେଳେ ନୂଆ ଟିମରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମୋ ।

ରାଜନୀତିରେ ମହିଳା କାର୍ଡ ଖେଳୁଥିବା ବିଜେଡି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ବି ଏଥର ଅଧିକ ଫୋକସ ଦେଇଛି । ୨୧ ମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣ ମହିଳା ଚେହେରା ସାମିଲ ହୋଇଛନ୍ତି । ମିଳିଥିବା ତାଲିକା ୩ ଜଣ କ୍ୟାବିଟେନ୍ ପାହ୍ୟା ଏବଂ ୨ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପାହ୍ୟା ମିଳିପାରେ । ତେବେ ପ୍ରମିଳା ମଲ୍ଲିକ, ଉଷା ଦେବୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ୍ ପାହ୍ୟା ମିଳୁଥିବା ନେଇ ସମ୍ଭାବ୍ୟ ତାଲିକାରେ ନାଁ ଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବେ ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କ ନାଁ ପ୍ରକାଶ ପାଇଛି ।