ନବୀନଙ୍କ ନୂଆ ଟିମ୍ : ସମ୍ଭାବ୍ୟ ତାଲିକାରେ ୧୩ କ୍ୟାବିନେଟ, ୮ ରାଷ୍ଟ୍ରମନ୍ତ୍ରୀ 

626

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମ । ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଭିତରେ ସମ୍ଭାବ୍ୟ ତାଲିକା ଆସିଛି । ନବୀନଙ୍କ ଏହି ନୂଆ ଟିମରେ ୧୩ କ୍ୟାବିନେଟ ଓ ୮ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ନୂଆ ପୁରଣା ଚେହେରା ଭିତରେ ଅନେକ ସରପ୍ରାଇଜ କାର୍ଡ ରହିଛନ୍ତି । ତାଲିକାରେ ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ ରହିଛନ୍ତି । ସେହିଭଳି ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନୀ ସାହୁ, ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି ।

ସେହିଭଳି ସମୀର ରଞ୍ଜନ ଦାସ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଢେଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରିତା ସାହୁ, ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି । ଦିନ ତମାମ ଚର୍ଚ୍ଚା ଭିତରେ ଅନେକ ନାଁ ସାମ୍ନାକୁ ଆସୁଥିଲା । ତେବେ ଏହାରି ଭିତରେ ବିଶ୍ୱସ୍ତ ସୁତ୍ରରୁ ଏହି ତାଲିକା ସାମ୍ନାକୁ ଆସିଛି । ରବିବାର ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରିମଣ୍ଡଳ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ନେବାକୁ ଯାଉଥିବା ଜଣାପଡିଛି ।