କନକ ବ୍ୟୁରୋ: ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ୱ ନେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି ମନ୍ତ୍ରିମାନେ । ଏହି ଭେଟଘାଟ ସମୟରେ ନବୀନ ନୂଆ ମନ୍ତ୍ରୀଙ୍କୁ ୫ଟି ସ୍ଥାନରେ ୬ଟିକୁ ଗୁରୁତ୍ୱ ଦେଇଛନ୍ତି । ଏହି ଟି ହେଲା ଟୁର । ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ବିକାଶମୂଳକ କାମ କିଭଳି ଭାବରେ ସାଧାରଣ ଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚି ପାରିବ, ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍ ନ ପଡ଼ନ୍ତି ସେଥିପାଇଁ ମଧ୍ୟ ସେ ପରାମର୍ଶ ଦେଇଥିବା ସୂଚନା ରହିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଛି । ତେଣୁ ମନ୍ତ୍ରୀଙ୍କ କାମର ପ୍ରଭାବ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିଫଳିତ ହେବା ଦରକାର ବୋଲି ନବୀନ ଏହି ଭେଟଘାଟ ବେଳେ ଗୁରୁତ୍ୱ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/IMAGE_1641285594.jpg)