କନକ ବ୍ୟୁରୋ : ନିଜ ଜନ୍ମ ମାଟିରେ ଜମାଣିଆ ରୋଡ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ ।ସିଲଭର ସିଟିରେ ମେଗା ରୋଡ ସୋ’ କରିଛନ୍ତି ସୁପ୍ରିମୋ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ଟିକିଏ ଝଲକ ପାଇବା ପାଇଁ କଟକ ବିଭିନ୍ନ ଛକରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଅପରାହ୍ନ ୪.୩୦ରୁ ନବୀନଙ୍କ ଏହି ମେଗା ରୋଡ ସୋ’ ଆରମ୍ଭ ହୋଇଥିଲା । ଆଉ ବିଭିନ୍ନ ଛକରେ ବସ ଅଟକିବା କ୍ଷଣି ଏହା ମଧ୍ୟରୁ ବାହାରି ଲୋକଙ୍କୁ ସମ୍ବୋଧନ କରିଥିଲେ ନବୀନ । କଟକ-ବାରବାଟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ପାଇଁ ପୂରା ସହର ବୁଲି ନବୀନ ଭୋଟ ମାଗିଥିବା ବେଳେ ବିଜେଡି କର୍ମୀଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହାପୂର୍ବରୁ ବିଜେଡି ସୁପ୍ରିମୋ ମୟୁରଭଞ୍ଜ କରଞ୍ଜିଆ, କେନ୍ଦୁଝର ଜିଲ୍ଲାର ପାଟଣା, ତେଲକୋର, ଘଷିପୂରା ଓ ଆନନ୍ଦପୁରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। କେନ୍ଦୁଝରରେ ନିର୍ବାଚନ ପ୍ରଚାର ସାରି ନବୀନ ନରାଜ ହେଲିପ୍ୟାଡରେ ଓହ୍ଲାଇ ଥିଲେ। ଏହାପରେ ହାଇଟେକ ବସରେ କଟକ ଆସିଥିଲେ। କଟକର ସିଡିଏ, ସତୀଚଉରା ଦେଇ ଚଣ୍ଡୀଛକ ଯିବେ। ମୁଖ୍ୟମନ୍ତ୍ରୀଙ୍କର ଚଣ୍ଡୀମନ୍ଦିରରେ ଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମା’ ଚଣ୍ଡୀଙ୍କ ଦର୍ଶନ ପରେ ସେ ବକ୍ସି ବଜାର ବାରବାଟି ଷ୍ଟାଡିୟମ ଓ ରିଙ୍ଗରୋଡ ଦେଇ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/SUNIL-GFX-UP.jpg)