କନକ ବ୍ୟୁରୋ: ଝାରସୁଗୁଡା ହେବ ଏକ ନମ୍ବର ଶିଳ୍ପ ସହର! ଝାରସୁଗୁଡାରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ପାଇଁ ପ୍ରଚାର ବେଳେ ନବୀନ ଏହି ଘୋଷଣା କରିଛନ୍ତି । ନବୀନ କହିଛନ୍ତି, ନବ ଦାସ ଜଣେ ଲୋକପ୍ରିୟ ଓ ଦକ୍ଷ ନେତା ଥିଲେ । ଏବେ ଦୀପାଳି ଝାରସୁଗୁଡାର ବିକାଶ ପାଇଁ ଆଗେଇ ଆସିଛନ୍ତି । ବିଜେଡି ମହିଳାଙ୍କ ସଶକ୍ତିକରଣରେ ବିଶ୍ୱାସ କରେ । ବିଜେଡି ଯୁବ ସଶକ୍ତିକରଣରେ ବିଶ୍ୱାସ କରେ । ଝାରସୁଗୁଡାର ବିକାଶ ପାଇଁ ସବୁବେଳେ ପ୍ରୟାସ କରାଯାଉଛି । ଆପଣଙ୍କ ସହଯୋଗ ମିଳିଲେ ବିକାଶ ଆହୁରି ଆଗକୁ ବଢିବ । ଝାରସୁଗୁଡାକୁ ଦେଶର ୧ନଂ ଶିଳ୍ପ ସହର କରିବାକୁ ଚେଷ୍ଟା କରାଯିବ ।
ନବୀନ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନରେ ହାରଜିତ ରହିଛି । ଆମେ ସବୁ ସମୟରେ ସୌଜନ୍ୟତା ରଖିବା ଦରକାର । ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭୋଟ ଦେବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ଦୀପାଳି ଏ ମାଟିର ଝିଅ ତାଙ୍କୁ ସେବା କରିବା ସୁଯୋଗ ଆପଣମାନେ ଦେବେ ଏ ଭରସା ମୋର ଅଛି । ମୋର ଅନୁରୋଧ ଆପଣମାନେ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/42-3.jpg)