ବିଧାୟକଙ୍କୁ ନବୀନଙ୍କ ଉଦବୋଧନ । କହିଲେ, ଜେଇଇ-ନିଟ ପରୀକ୍ଷାର୍ଥୀଙ୍କୁ କର ସହଯୋଗ, ସଙ୍କଟ ସମୟରେ ଲୋକଙ୍କ ସାଥୀରେ ରୁହ

229

କନକ ବ୍ୟୁରୋ : ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଜେଇଇ-ନିଟରେ ପିଲାମାନେ ଯେଭଳି ଭଲଭାବେ ପରୀକ୍ଷାଦେବେ ସେଥିପାଇଁ ସବୁ ବିଧାୟକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣରେ ଭାରତ ବିଶ୍ୱରେ ସବୁଠାରୁ ଆଗରେ ଅଛି । କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ଯୋଗୁଁ ରାଜ୍ୟରେ ଆରୋଗ୍ୟହାର ବଢୁଛି ଓ ମୃତ୍ୟୁହାର କମ ରହିଛି । ତେଣୁ ଏହି ସଙ୍କଟ ସମୟରେ ଲୋକଙ୍କ ସାଥିରେ ରହିବାକୁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିଭଳି କରୋନା ନେଇ ଲୋକଙ୍କୁ ସଚେତନ କରିବାକୁ ସେ ବିଧାୟକଙ୍କୁ ଅପିଲ କରିଛନ୍ତି । ଲଘୁଚାପ ସମୟରେ ରାଜ୍ୟରେ ବନ୍ୟା ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଅସୁବିଧା ସମୟରେ ବିଧାୟକ ଲୋକଙ୍କ ସାଥିରେ ରୁହନ୍ତୁ । ସେହିଭଳି ନିଟ୍- ଜେଇଇରେ ଯେଭଳି ପିଲାମାନେ ଯେଭଳି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେ ନେଇ ବିଧାୟକ ପୁରା ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅପିଲ କରିଛନ୍ତି ।

Comments are closed.