ଜୁଲାଇରେ କରୋନା ମୁକାବିଲା ପାଇଁ ନବୀନଙ୍କ ୯ ସୂତ୍ର । ମାସ୍କ ନପିନ୍ଧିଲେ ଓ ସାମାଜିକ ଦୂରତା ନରଖିଲେ କଡା କାର୍ଯ୍ୟାନୁଷ୍ଠାନ : ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା

779

କନକ ବ୍ୟୁରୋ : ଆସନ୍ତା ମାସରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ଟି ସୁତ୍ର ଦେଇଛନ୍ତି । କରୋନା ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ କଳର ପ୍ରସ୍ତୁତ ରହିବାକୁ କହିବା ସହ କରୋନା ଯୋଦ୍ଧାଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଇ ଏହି ୯ଟି ସୂତ୍ର ରଖିଛନ୍ତି । ନଜର ପକାନ୍ତୁ କେଉଁ ୯ଟି ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୧- ଗ୍ରାମାଂଚଳରେ କୋଭିଡ୍ କେୟାର କମିଟି ଗଠନ କରାଯିବ
୨- ପଂଚାୟତ ଓ ଟିଏମ୍ସିରେ କୋଭିଡ୍ କେୟାର ହୋମ୍ ବ୍ୟବସ୍ଥା କରାଯିବ
୩- କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ
୪- ବରିଷ୍ଠ ଅଧିକାରୀମାନେ ମଧ୍ୟ ସତର୍କତା ଅବଲମ୍ବନ କରିବେ
୫- ସରକାରୀ କାର୍ଯ୍ୟାଳୟକୁ କରୋନାଠାରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ
୬- ମାସ୍କ ନପିନ୍ଧିଲେ ଓ ସାମାଜିକ ଦୂରତା ରକ୍ଷା ନକଲେ କାର୍ଯ୍ୟାନୁଷ୍ଠାନ ହେବ
୭- ଘରୋଇ ହସ୍ପିଟାଲ ଗୁଡ଼ିକ ସତର୍କତା ମୂଳକ ପଦକ୍ଷେପ ନେବେ
୮- ହଟସ୍ପଟ ଅଂଚଳର ପାଇଁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ
୯- ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ