ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

Advertisment
ବିଦେଶରୁ ଟିକା କିଣିବା ପ୍ରସଙ୍ଗରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏକାଠି ହେବାକୁ ଆହ୍ୱାନ ଦେଲେ ନବୀନ । ମମତା ବାନାର୍ଜୀ ଓ କେଜ୍ରିୱାଲଙ୍କ ସମେତ ୬ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ: ଦେଶରେ ଟୀକାକରଣ ବାବଦରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଆଣିବାକୁ ଯାଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ ପଟ୍ଟନାୟକ ଟୀକା ସଂଗ୍ରହ ଓ ଟୀକାକରଣ ବାବଦରେ କେନ୍ଦ୍ର ସରକାରଙ୍କୁ ଏକ ବଡ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି
-କେନ୍ଦ୍ରୀୟ ସ୍ତରରେ ଭାରତ ସରକାର ଟୀକା ଆଣି ରାଜ୍ୟ ଗୁଡିକୁ ଦିଅନ୍ତୁ । ଏହାହିଁ ସବୁଠାରୁ ଭଲ ଉପାୟ । ଫଳରେ ଶୀଘ୍ର ଲୋକଙ୍କୁ ଟୀକା ଦିଆଯାଇ ପାରିବ ।
-ଟୀକାକରଣ ନେଇ ସବୁ ରାଜ୍ୟ ପାଇଁ ନିୟମ କୋହଳ କରାଯାଉ । ଏହାଦ୍ୱାରା ନିଜ ରାଜ୍ୟର ସ୍ଥିତି ଅନୁସାରେ ଭଲ ବ୍ୟବସ୍ଥାକୁ ସରକାର ଆପଣାଇ ପାରିବେ
-ଲୋକଙ୍କୁ ଭବିଷ୍ୟତର ସଂକ୍ରମଣରୁ ବଂଚାଇବାକୁ ହେଲେ ଟୀକାକରଣ ଏକମାତ୍ର ବାଟ
-ଯୁଦ୍ଧକାଳିନ ଭିତ୍ତିରେ ଯଦି ଟୀକାକରଣକୁ ସମସ୍ତ ରାଜ୍ୟ ପ୍ରାଥମିକତା ନଦିଅନ୍ତି ତେବେ କୈାଣସି ବି ରାଜ୍ୟ ସୁରକ୍ଷିତ ନୁହେଁ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରକୁ ଚିଠି ଲେଖି ଭାରତ ସରକାରଙ୍କ ଠାରୁ ବିଦେଶୀ ଟୀକା କିଣିବାକୁ ରାଜ୍ୟ ପ୍ରସ୍ତୁତ ଥିବା କହିଥିଲେ । ଆବଶ୍ୟକୀୟ ଅନୁମତି ନଥିବାରୁ ବିଦେଶୀ କମ୍ପାନୀ ଗ୍ଲୋବାଲ ଟେଣ୍ଡରରେ ସାମିଲ ହେଉନାହାନ୍ତି, ତେଣୁ ଟୀକା ଅଭାବକୁ ଦୁର କରିବାକୁ କେନ୍ଦ୍ର ଆଗେଇ ଆସିବାକୁ ଅନୁରୋଧ କରିଥିଲା ରାଜ୍ୟ ।

ଏହାର ୨୪ ଘଂଟା ଭିତରେ ସବୁ ରାଜ୍ୟକୁ ଏକାଠି କରି କେନ୍ଦ୍ର ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି ଓଡିଶା । ଖାଲି ଏତିକି ନୁହେଁ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାଫିକ୍ସ ଲାଗିବ... ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଆଲୋଚନା କରି ନବୀନ ଏନେଇ ସମର୍ଥନ ଲୋଡିଥିଲେ । ବଡ କଥା ହେଉଛି, ଏହି ଦୁଇ ରାଜ୍ୟ ଲଗାତର ଭାବେ କେନ୍ଦ୍ରର ଟୀକା ନୀତି ଉପରେ ପ୍ରଶ୍ନ ଉଠାଇ ଚାଲିଛନ୍ତି ।

ତୃତୀୟ ଟୀକାକରଣ ପର୍ଯ୍ୟାୟରେ ୧୮ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଟୀକାକରଣ ପାଇଁ ଅନୁମତି ମିଳିବା ପରଠାରୁ ଉଭୟ ସରକାରୀ ଏବଂ ବେସରକାରୀ ସ୍ତରରେ ଟୀକା କିଣିବାକୁ ପ୍ରତିଯୋଗୀତା ଚାଲିଥିବା ବେଳେ, ଟୀକା ଉତ୍ପାଦନ ପର୍ଯ୍ୟାପ୍ତ ପରିମାଣର ହେଉନଥିବାରୁ କୈାଣସି ବି କମ୍ପାନୀ ଚାହିଦା ମୁତାବକ ଟୀକା ଯୋଗାଇବାରେ ସଫଳ ହେଉନାହାନ୍ତି ।

ଏକ ବୃହତର ସ୍ୱାର୍ଥ ପାଇଁ ଲେଖାଯାଇଥିବା ଏହି ଚିଠିରେ ରାଜନୀତିର ଯେଉଁ ଦିଗକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି ତାହା ହେଲା, ନିଜ ଭିତରେ ଥିବା ରାଜନୈତିିକ ମତଭେଦକୁ ପଛରେ ଛାଡି ଆଗକୁ ବଢିବା । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସ୍ୱାଧୀନତା ସଂଗ୍ରାମ ପରେ ସମଗ୍ର ଦେଶ ସାମ୍ନାରେ କରୋନା ସବୁଠାରୁ ବଡ ଆହ୍ୱାନ ହୋଇ ଠିଆ ହୋଇଛି । ସଂଘୀୟ ଗଣତନ୍ତ୍ରର ପ୍ରକୃତ ଉଦାହରଣକୁ ଦର୍ଶାଇ, ରାଜନୈତିକ ପାର୍ଥକ୍ୟ ଓ ଭିନ୍ନ ବିଚାରଧାରାକୁ ପଛରେ ପକାଇ ଏକାଠି ଲଢିବାର ଏହା ହେଉଛି ସମୟ । ହେଲେ ବଡ କଥା ହେଉଛି, ନବୀନଙ୍କ ଏହି ଆଭିମୁଖ୍ୟ ଉପରେ କେତେ ରାଜ୍ୟର ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରୁଛନ୍ତି, ଓ କେନ୍ଦ୍ର ଏହି ପ୍ରସ୍ତାବ ଉପରେ ଆଗକୁ ବଢୁଛି କି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe