ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ । ଖରିଫ୍ ଋତୁରେ ଧାନ କିଣା ସମ୍ପର୍କରେ ଲେଖିଲେ ଚିଠି ।

91

କନକ ବ୍ୟୁରୋ: ଆଗାମୀ ଖରିଫ୍ ରୁତୁରେ ଧାନ କିଣା ପ୍ରକ୍ରିୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଓଡିଶାର ବଳକା ଉଷୁନା ଚାଉଳ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡିଶା ଉଷୁନା ଚାଉଳ ଉତ୍ପାଦନ କରିଥାଏ । ଚଳିତ ବର୍ଷ ଖରିଫ ରୁତୁରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ୨୮ ଲକ୍ଷ ଚାଉଳ ବଳକା ରହିବ ଓ ତାହା ଏଫସିଆଇକୁ ଯୋଗାଇଦେବ ଓଡିଶା । ତେବେ ଗତ ବର୍ଷ ଡିପାର୍ଟମେଣ୍ଟ ଅଫ ଫୁଡ ପ୍ରକ୍ୟୁରମେଣ୍ଟ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନର କଟକଣା ଯୋଗୁଁ ଓଡିଶାର ଚାଉଳକୁ ନେଇନଥିଲା ଏଫସିଆଇ । ଫଳରେ ମହାମାରୀ କରୋନା କାଳରେ ରାଜ୍ୟର ୧୦ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ତେଣୁ ଆଗାମୀ ଖରିଫ ରୁତୁରେ ଓଡିଶାରେ ଉତ୍ପାଦିତ ଚାଉଳ ଉଠାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।