କନକ ବ୍ୟୁରୋ: ଆଗାମୀ ଖରିଫ୍ ରୁତୁରେ ଧାନ କିଣା ପ୍ରକ୍ରିୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଓଡିଶାର ବଳକା ଉଷୁନା ଚାଉଳ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଓଡିଶା ଉଷୁନା ଚାଉଳ ଉତ୍ପାଦନ କରିଥାଏ । ଚଳିତ ବର୍ଷ ଖରିଫ ରୁତୁରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ସେଥିମଧ୍ୟରୁ ୨୮ ଲକ୍ଷ ଚାଉଳ ବଳକା ରହିବ ଓ ତାହା ଏଫସିଆଇକୁ ଯୋଗାଇଦେବ ଓଡିଶା । ତେବେ ଗତ ବର୍ଷ ଡିପାର୍ଟମେଣ୍ଟ ଅଫ ଫୁଡ ପ୍ରକ୍ୟୁରମେଣ୍ଟ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନର କଟକଣା ଯୋଗୁଁ ଓଡିଶାର ଚାଉଳକୁ ନେଇନଥିଲା ଏଫସିଆଇ । ଫଳରେ ମହାମାରୀ କରୋନା କାଳରେ ରାଜ୍ୟର ୧୦ ଲକ୍ଷ ଚାଷୀ କ୍ଷତି ସହିଛନ୍ତି । ତେଣୁ ଆଗାମୀ ଖରିଫ ରୁତୁରେ ଓଡିଶାରେ ଉତ୍ପାଦିତ ଚାଉଳ ଉଠାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଗାମୀ ଖରିଫ ଧାନ କିଣା ସମ୍ପର୍କରେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ@narendramodi@Naveen_Odisha#KanakNewspic.twitter.com/D8wP21XlZh— Kanak News (@kanak_news) October 10, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/18-11.jpg)