ଅରୁଣ ଜେଟଲୀଙ୍କୁ ଚିଠି ଲେଖିଲେ ନବୀନ । କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବାକୁ କଲେ ନିବେଦନ

122

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରୁ ଜଏସଟି ହ୍ରାସ କରିବାକୁ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ କେନ୍ଦୁପତ୍ର ଉପରେ ୫ ପ୍ରତିଶତ ଭାଟ୍ ଥିଲା। ବର୍ତ୍ତମାନ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି। ଅତ୍ୟଧିକ ଜିଏସଟି ଯୋଗୁଁ ଗୋଦାମରେ ବିପୁଳ ପରିମାଣରେ କେନ୍ଦୁପତ୍ର ପଡି ରହିଛି। ଏପରିକି କେନ୍ଦୁପତ୍ର ବିକ୍ରି ମଧ୍ୟ କମିଛି । ଯେଉଁଥିପାଇଁ ଓଡିଶା ବନ ଉନ୍ନୟନ ନିଗମ କେନ୍ଦୁପତ୍ର ବିକ୍ରି ଦର କମାଇବାକୁ ବାଧ୍ୟ ହୋଇଛି ।

ଏଭଳି ସ୍ଥିତି ଯୋଗୁଁ ସାଢ଼େ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହୋଇଛନ୍ତି। ନବୀନ କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ ରଖିବାକୁ ଅନୁରୋଧ କରିଛନ୍ତି। ତେବେ ଆଗାମୀ ଜିଏସଟି ପରିଷଦରେ ଏନେଇ ନିଷ୍ପତି ନେବା ପାଇଁ ଚିଠିରେ କୁହାଯାଇଛି ।