କନକ ବ୍ୟୁରୋ : ଓଡିଶାକୁ ଶିଳ୍ପାଭୀମୂଖୀ ପେଣ୍ଠସ୍ଥଳୀ ରାଜ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଜାରି ରହିଛି । ଅନେକ ଶିଳ୍ପାନୁଷ୍ଠାନ କିଭଳି ଓଡିଶାରେ ପୁଞ୍ଜି ନିବେଶ କରିବେ ସେନେଇ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି । ଓଡିଶାରେ ପୁଞ୍ଜିପତିମାନେ କିଭଳି ପୁଞ୍ଜି ନିବେଶ ପାଇଁ ସହାୟକ ହେବେ ସେନେଇ ୨୦୧୬ ପ୍ରଥମେ ମୁମ୍ବାଇରେ ହିଁ ଆରମ୍ଭ କରିଥିଲେ ପ୍ରୟାସ । ୨୦୧୬ରେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ମେକ ଇନ ଓଡିଶାର କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସେହିଠାରୁ ହିଁ ନିବେଶକମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଛନ୍ତି ମୁ୍ଖ୍ୟମନ୍ତ୍ରୀ ନବୀନ । ହେଲେ ଏହାକୁ ସଫଳ କରିବାକୁ ହେଲ ନବୀନଙ୍କ ଆଗରେ ରହିଛି ଅନେକ ଚ୍ୟଲେଞ୍ଜ ।
୨୦୧୬ ଫେବୃୟାରୀରେ ମୁମ୍ବାଇରେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା ଉଜ୍ଜିବୀତ କରିଥିଲେ ନବୀନ । ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଓଡିଶାରେ କରିବା ପାଇଁ ଆସିଥିଲା । ଏହାପରେ ସେହିବର୍ଷ ଅଗଷ୍ଟ ମାସରେ ହିଁ ବେଙ୍ଗାଲୁରରେ ହୋଇଥିବା ମେକ ଇନ ଓଡିଶା ମିଟରେ ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ । ବେଙ୍ଗାଲୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଓଡିଶାର ବିକାଶ ପାଇଁ ସ୍ୱତନ୍ତ୍ର ଷ୍ଟାର୍ଟଅପ ପଲିସି ଘୋଷଣା କଲେ । ଯାହାଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାଖାପାଖି ୧୦୦୦ ଟି ଷ୍ଟାର୍ଟଅପ ହୋଇପାରିବ । ଏବଂ ଏହାଦ୍ୱାରା ଅନେକ ଯୁବପିଢ଼ୀ ନିଯୁକ୍ତି କ୍ଷେତ୍ରରେ ସହାୟତା ପାଇପାରିବେ ବୋଲି ଲକ୍ଷ ରଖିଥିଲେ ନବୀନ । ଏଥିପାଇଁ ନବୀନଙ୍କୁ ପାଖାପାଖି ୯୦ ହଜାର କୋଟିର ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ପୁଞ୍ଜିପତି ।
ଶେଷର ସେହି ବର୍ଷ ଅର୍ଥାତ୍ ୨୦୧୬ ଓଡିଶାରେ ହୋଇଥିବା ମେକ୍ ଇନ୍ ଓଡିଶା କନକ୍ଲେଭର ସଫଳ ରୂପାୟନ କରି ଦେଶ, ବିଦେଶରେ ଏକ ବାର୍ତ୍ତା ଦେଇଥିଲେ ନବୀନ । ଯେଉଁଥିରେ ୭୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ୍ୟ ପ୍ରକାଶ କରିଥିଲେ ପୁଶିଳ୍ପାନୁଷ୍ଠାନ । ଏବଂ ଏହା ଦର୍ଶାଇଥିଲେ ଯେ, ଓଡିଶା ଏବେ ଜାତୀୟ ଓ ଆନ୍ତର୍ଜାତୀୟ ପୁଞ୍ଜିପତିଙ୍କ ପାଇଁ ପୁଞ୍ଜି ନିବେଶର ଗଡ ହେବାକୁ ଯାଉଛି । କିନ୍ତୁ ଆସନ୍ତା ନଭେମ୍ବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନରୁ ସିଆଇଆଇ ଓହରିଯିବା ଘଟଣା ନିଶ୍ଚିତ ଭାବେ ନବୀନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କାରଣ ୨୦୧୬ରେ ସିଆଇଆଇ ସହଭାିତାରେ ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ କରିଥିଲେ । ଯେଉଁଥିରୁ ପାଖାପାଖି ୩ଲକ୍ଷ ୬ଶହ ୬୪ ହାଜର କୋଟିର ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷା ଜାଗି ମଙ୍ଗତ ପଣ୍ଡାଙ୍କ ଓହରିଯିବା ନିଷ୍ପତି ରାଜ୍ୟରାଜନୀତିରେ ଝଡ ସୃଷ୍ଟି କରିଥିଲା ।
ତେବେ ଆସନ୍ତା ନଭେମ୍ବର ମାସରେ ଓଡିଶାରେ ହେବାକୁଥିବା ମେକ୍ ଇନ୍ ଓଡିଶାର ଦ୍ୱିତୀୟ ସଂସ୍କରଣ ଆୟୋଜନ ପୂର୍ବରୁ ମୁ୍ମ୍ବାଇରେ ନିବେଶକଙ୍କ ସହିତ ନବୀନଙ୍କ ଆଲୋଚନା କେତେ ଫଳପ୍ରଦ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ଶିଳ୍ପ ମହାସଂଘ ତଥା ସିଆଇଆଇ ଓହରିବା ପରେ ମଧ୍ୟ କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁମ୍ବାଇ ଗସ୍ତ ଫଳପ୍ରଦ ହେବକି? ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କହିବା ମୁତାବକ, ୨୦୧୬ରେ ୩ଟି ଇନଭେଷ୍ଟର୍ସ ମିଟ୍ ହୋଇଥିଲା । ଯାହାକି ପାଖାପାଖି ସାଢ଼େ ତିନିଲକ୍ଷ କୋଟି ଟଙ୍କାର ନିବେଶକ ପ୍ରସ୍ତାବ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ମିଳିଛି ।