କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତି ୮ଟାରେ ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଏହି ସମୟରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।

Advertisment

ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ବଢିବାକୁ ଲାଗିଛି । ତେଣୁ ଏବେ ଲୋକମାନେ ଅଧିକ ସଚେତନ ହେବା ନିହାତି ଦରକାର । ଅନ୍ୟପଟେ ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କର ମଧ୍ୟ ଟିକାକରଣ ହେବାକୁ ଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାପୂର୍ବରୁ ମଧ୍ୟ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।