କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତି ୮ଟାରେ ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଏହି ସମୟରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ।
ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସମ୍ପର୍କରେ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା । @Naveen_Odisha#Odishapic.twitter.com/c4ktjOAblP
— Kanak News (@kanak_news) April 25, 2021
ରାଜ୍ୟରେ ଗତ କିଛି ଦିନ ହେଲା ସଂକ୍ରମଣ ବଢିବାକୁ ଲାଗିଛି । ତେଣୁ ଏବେ ଲୋକମାନେ ଅଧିକ ସଚେତନ ହେବା ନିହାତି ଦରକାର । ଅନ୍ୟପଟେ ଆସନ୍ତା ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କର ମଧ୍ୟ ଟିକାକରଣ ହେବାକୁ ଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ ଏନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଏହାପୂର୍ବରୁ ମଧ୍ୟ ସଂକ୍ରମଣ ବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସହିତ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/naveen.jpg)