୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ ଶୁଭେଚ୍ଛୁ।

୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ୍ମଦିନ ପାଳିଲେ ଶୁଭେଚ୍ଛୁ।

କନକ ବ୍ୟୁରୋ: ୭୭ ବର୍ଷରେ ପଦାର୍ପଣ କଲେ ନବୀନ, ଛୁଟିଲା ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫୋନରେ ଉଭୟ ନେତା କିଛି ସମୟ କଥାବାର୍ତା ହୋଇଛନ୍ତି । କଥାବାର୍ତା ହେବା ପରେ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନ୍ମଦିନରେ ଆଇଟି କମ୍ପାନୀ ଆଇବିଏମ ଅଫିସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏହି ଅଫିସରେ ୨୦୦ରୁ ୪୦୦ ମାନବ ସମ୍ବଳ ଭିତରେ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ବାଙ୍ଗାଲୋର ଗସ୍ତରେ ଥିବା ବେଳେ ଆଇବିଏମ ଅଫିସ ଖୋଲିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜନ୍ମଦିନ ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଜନ୍ମଦିନରେ ନବୀନ ନିବାସ ନଆସିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଆଜି ହାଇଦ୍ରାବାଦ ଯାଉଥିବାରୁ ଏପରି ଅନୁରୋଧ କରାଯାଇଥିଲା ।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ଜନ୍ମଦିନ ପାଳନ କରିବା ସହ ଶୁଭାକାମନା ଜଣାଇଛନ୍ତି ଶୁଭେଚ୍ଛୁ । ପୁରୀରେ ବାଲୁକା କଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଦୀର୍ଘ ଜୀବନ କାମନା କରି ପୁରୀରେ ଦୀପଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଉତ୍ସବ ଭାବେ ପାଳନ କରିବା ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe