କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପାଇଁ ଆଜି ପୁରୀରେ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏଥିପାଇଁ ୩ ଦିନ ଧରି ଚାଲିଛି ଯଜ୍ଞ । ଆଜି ପୂର୍ଣ୍ଣାହୂତି ହେବ । ଯଜ୍ଞରେ ଉପସ୍ଥିର ରହି ମୁଖ୍ୟମନ୍ତ୍ରୀ ଐତିହ୍ୟ କରିଡର କାମର ଶୁଭାରମ୍ଭ କରିବେ । ଏଥିରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି, କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମେତ ପ୍ରାୟ ୭ଶହରୁ ଅଧିକ ଅତିଥି ଯୋଗଦେବେ ।

Advertisment

ଏହି ଐତିହ୍ୟ କରିଡର ପାଇଁ ଜମିଦେଇଥିବା ୧୩୧ଜଣଙ୍କ ସମେତ ୧୬ ମଠମହନ୍ତଙ୍କୁ ସମ୍ମାନିତ କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ମଡେଲ ଅନାବରଣ କରିବେ । ଦିନ ୧୦ଟା ୩୦ରେ ଶିଳାସ୍ଥାପନ କରାଯିବ । ଏହାପରେ ପୁଷ୍ପାଞ୍ଜଳି ଦିଆଯାଇ ପୂର୍ଣ୍ଣାହୂତି ଦିଆଯିବ । ଏହାପରେ ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଐତିହ୍ୟ କରିଡର ନିର୍ମାଣ ହେଲେ ସବୁଜବଳୟ ଭିତରେ ରହିବ ଶ୍ରୀଜଗନ୍ନାଥ ମନ୍ଦିର । ତୀର୍ଥଯାତ୍ରୀ ଓ ଭକ୍ତଙ୍କୁ ମିଳିବ ମୈାଳିକ ସୁବିଧା । ଶ୍ରୀଜଗନ୍ନାଥ ମନ୍ଦିର ପ୍ରସିଦ୍ଧି ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ଏବଂ ଐତିହ୍ୟର ପ୍ରସାର ପାଇଁ ସୁଯୋଗ ସୃଷ୍ଟି ହେବ । ଅବାଧରେ ବେଢା ପରିକ୍ରମା କରିପାରିବେ ଭକ୍ତ । ପ୍ରାୟ ୩ ବର୍ଷ ପ୍ରତୀକ୍ଷାର ଅନ୍ତଘଟାଇ କାର୍ଯ୍ୟକାରୀ ହେବାକୁ ଯାଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ।

- ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା କରିଡର
- ସବୁଜ ବଳୟ ଓ ସୌନ୍ଦର୍ଯ୍ୟକରଣ
- ଭକ୍ତଙ୍କ ପାଇଁ ଅନ୍ତଃ ଓ ବାହ୍ୟ ପ୍ରଦିକ୍ଷଣ ପଥ
- ଭକ୍ତଙ୍କ ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ରେ
- ଭଜନ ମଣ୍ଡପ, ଜିନିଷ ରଖିବା ଘର
- ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଶୌଚାଳୟ
- ପ୍ରାଥମିକ ଚିକିତ୍ସା କେନ୍ଦ୍ର
- ସମସ୍ତ ଦ୍ୱାରରେ ସୂଚନା ଓ ଦାନ କେନ୍ଦ୍ର
- ପାନୀୟ ଜଳଯୋଗାଣ ବ୍ୟବସ୍ଥା
- ପଶ୍ଚିମ ଓ ଦକ୍ଷିଣ ପାଶ୍ୱର୍ର୍ରେ ଆଶ୍ରୟସ୍ଥଳୀ
- ମଠ ଓ ମନ୍ଦିରଗୁଡିକର ପୁନଃବିକାଶ
- ଅଭ୍ୟର୍ଥନା ପ୍ରକୋଷ୍ଠ, ସୂଚନା କେନ୍ଦ୍ର ଓ ଏଟିଏମ କେନ୍ଦ୍ର
- ୬ ହଜାର ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ

କେଉଁଥିପାଇଁ କେତେ ଖର୍ଚ୍ଚ ?

- ଜମି କ୍ଷତିପୂରଣ ବାବଦରେ ୧୧୫ ପରିବାର.୨୪ ଲଜିଂ ଓ ୫୧୨ ଦେକାନୀଙ୍କୁ ଟଙ୍କା
- ଏମାନଙ୍କୁ ମୋଟ ୨୩୪ କୋଟି ୧୮ ଲକ୍ଷ ଦିଆଯାଇଛି
-୧୫ ମଠ ମହନ୍ତଙ୍କୁ ୩୬ କୋଟି ୨୬ ଲକ୍ଷ ଟଙ୍କା ଦିଆଯାଇଛି
- ୫୨୬ ଉଠାଦୋକାନୀଙ୍କୁ ୯ କୋଟି ଟଙ୍କା ଦିଆଯାଇଛି
- ଘର, ଲଜିଂ ମାଲିକ ଓ ଦୋକାନୀଙ୍କୁ ଥାଇଥାନ ଯାଏଁ ମାସିକ ୫ରୁ ୫୦ ହଜାର ଟଙ୍କା ଘରଭଡା