ବିରୋଧୀଙ୍କୁ ନବୀନଙ୍କ ନିଶାନା: ପାଲଟା ଟାର୍ଗେଟ କଲେ ବିରୋଧୀ

77

କନକ ବ୍ୟୁରୋ: ବିରୋଧୀଙ୍କୁ ପୁଣି ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ବିଜେଡିରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରି ନବୀନ ପଟ୍ଟନାୟକ କହିଛନ୍ତି, ବିରୋଧୀ ଓଡିଶା ବିକାଶରେ ବାଧକ ସାଜିଛନ୍ତି ଓ ଭୁଲ ଖବର ଦେଇ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି । ବିରୋଧୀଙ୍କୁ ବିକାଶ ଓ ଜନବିରୋଧୀ ବୋଲି ବି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଟାର୍ଗେଟ ପରେ ବିରୋଧୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନବୀନଙ୍କୁ ସମାଲୋଚନା କରିଛନ୍ତି ।

ଗତ କିଛି ଦିନ ହେଲା ବେଶ ଆକ୍ରମଣାତ୍ମକ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି, ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବା ଅବସରରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ଓଡ଼ିଶା ବିକାଶରେ ବିରୋଧୀ ବାଧକ ସାଜିଛନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ । ସେଥିପାଇଁ ବିରୋଧୀଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । କିନ୍ତୁ ବିଜେଡି ଗରିବ, ମହିଳା, ଯୁବ, ଏସସିଏସଟିଙ୍କ ପାଇଁ କାର୍ଯ୍ୟ କରୁଛି ।

ଓଡ଼ଶାର ବିକାଶରେ ବିରୋଧୀ ବାଧକ ସାଜିଛନ୍ତି । ସେମାନେ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ୍ ଖବର ଦେବା,ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି, ବିକାଶ ବିରୋଧୀ ଓ ଜନ ବିରୋଧୀ । ଶ୍ରୀଲିଙ୍ଗରାଜ ଓ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟରେ ବାଧା ଦେବାକୁ ବି ଚେଷ୍ଟା କରିଥିଲେ । ଲୋକେ ତାଙ୍କୁ କ୍ଷମା ଦେବେନି ।

ନବୀନ ବିରୋଧୀଙ୍କୁ ଟାର୍ଗେଟ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ନବୀନଙ୍କୁ ଓଡିଶାରେ ସବୁଠାରୁ ବଡ ଜନବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ନବୀନଙ୍କ ଟିପଣୀକୁ ନାପସନ୍ଦ କରିଛନ୍ତି ।

ତେବେ ନବୀନ ବିରୋଧୀଙ୍କୁ ଜନବିରୋଧୀ କହିବା ଏହା ପ୍ରଥମ ଘଟଣା ନୁହେଁ । ଚଳିତ ବିଧାନସଭା ଅଧିବେଶନରେ ଦୁଇ ଥର, ବିରୋଧୀଙ୍କୁ ଜନବିରୋଧୀର ଆଖ୍ୟା ଦେବା ସହ ସମାଲୋଚନା କରିଛନ୍ତି । ନବୀନଙ୍କ ଏଭଳି ଆଭିମୁଖ୍ୟ ଏବେ ଚର୍ଚ୍ଚାରେ ରହିଛି ।