କନକ ବ୍ୟୁରୋ: ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣାରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ, ଏହି ଘଟଣା ପାଇଁ ସେ ଓ ତାଙ୍କ ପାର୍ଟି ଦୁଃଖିତ ବୋଲି ନବୀନ କହିଛନ୍ତି ।
ସୋମବାର ବିଧାନସଭା ଗୃହ ମୁଲତବୀ ହେବା ପରେ ନବୀନ ବାହାରକୁ ଆସି କହିଥିଲେ, “ମୁଁ ଓ ମୋ ପାର୍ଟି ଦୁଃଖିତ ଏବଂ ଆଶ୍ଚର୍ଯ୍ୟ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବର୍ତ୍ତମାନର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ରାଜ୍ୟରେ ଆଇନଶୃଙ୍ଖଳାକୁ ଭାଙ୍ଗି ଦିଆଯାଇଛି ।”
ଏଥିସହ ନବୀନ ନିଜ ସରକାରର ଉଦାହରଣ ଦେଇ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଯେତେବେଳେ ସରକାରରେ ଥିଲି, ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା କୌଣସି ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଆଇନ୍ ଅନୁସାରେ କାମ କରିବା ଉଚିତ୍ ବୋଲି ନବୀନ ସୋମବାର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ ଏଏସଓଙ୍କୁ ମାଡ ମାରିବା ନେଇ ଅଭିଯୋଗ ହେଇଥିଲା । ରାଜ୍ୟପାଳଙ୍କ ପୁଅ ଭିଆଇପି କାର୍ ପାଇଁ ତାଙ୍କୁ ମାଡ ମାରିଥିବା ନେଇ ଖବର ଆସିଥିଲା । ଆଉ ଏହାକୁ ନେଇ ବିରୋଧୀ ମଧ୍ୟ ତମ୍ବିତୋଫାନ କରିଥିଲେ । ହେଲେ ଏହାରି ଭିତରେ ସମ୍ପୃକ୍ତ ଏଏସଓଙ୍କୁ ବଦଳି ମଧ୍ୟ କରିଦିଆଯାଇଥିଲା । ଯାହାକୁ ନେଇ ରାଜନୀତି ତେଜିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/43-5.jpg)