ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ନବୀନଙ୍କ ଟାର୍ଗେଟରେ ମୋଦି ସରକାର, କହିଲେ କାଳିଆ ଯୋଜନା ବନ୍ଦ କରିବାକୁ ଚକ୍ରାନ୍ତ କରୁଛି କେନ୍ଦ୍ର । 

121

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମ ଓଡିଶା । ବିଶାଳ ରୋଡ ସୋ’ ସହ ଏକାଧିକ ଜନସଭା । ଆଉ ସବୁଠି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ଥିଲେ ମୋଦି ସରକାର । ନବୀନ କହିଥିଲେ ଓଡିଶା ଚାଷୀଙ୍କ କଥା ଶୁଣିବାକୁ ମୋଦିଙ୍କ ପାଖରେ ସମୟ ନାହିଁ । ଏହାଛଡା ଲୋକଙ୍କୁ ନବୀନ କହିଥିଲେ, କାଳିଆ ଯୋଜନା ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି ।

ପଶ୍ଚିମରେ ମୁଖ୍ୟମନ୍ତ୍ରୀଙ୍କ ମେଗା ସୋ’ । କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ବିଶାଳ ରୋଡ୍ ସୋ, ଏକାଧିକ ସଭା । ପାଟଣାଗଡ଼ରୁ ଆରମ୍ଭ କରି କଂଟାବାଞ୍ଜି, ବଙ୍ଗୋମୁଣ୍ଡା ଟିଟିଲାଗଡ଼ ଦେଇ ବଲାଙ୍ଗିର ଏବଂ ଲୋଇସିଂହା ଯାଏଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଠି ସେଇ ଗୋଟିଏ ଟାର୍ଗେଟ୍ । କେନ୍ଦ୍ରର ମୋଦି ସରକାର । ନବୀନ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ।

– ଚାଷୀଙ୍କ କଥା ଶୁଣିବାକୁ ଦିଲ୍ଲୀ ପାଖରେ ସମୟ ନାହିଁ

– କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି

– ଜିଏସଟି ଯୋଗୁଁ ବୁଣାକାରମାନେ ହଇରାଣ ହେଉଛନ୍ତି

– ନିର୍ବାଚନ ସମୟରେ ବଡ ବଡ କଥା କୁହନ୍ତି କେନ୍ଦ୍ରୀୟ ନେତା

ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ପ୍ରଚାର କରିବା ସହ ବରଗଡ଼ର ଅତାବିରା ଏବଂ ପଦ୍ମପୁରରେ ରୋଡ୍ ସୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏଠି ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଖୋଲାଖୋଲି ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି ହେଲେ ଦିଲ୍ଲୀରେ ସେମାନେ ଓଡ଼ିଶା ସ୍ୱାର୍ଥ ନେଇ ପାଟି ଫିଟେଇଲେ ନାହିଁ । ନିର୍ବାଚନ ଆସିଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।