କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଜବାବ୍ ରଖିଲେ ନବୀନ । କହିଲେ, ଏତେ ଖରାରେ ମୁଁ ଏତେ ଖରାରେ ମୁଁ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଛି, ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ପ୍ରଚାର କେମିତି କରନ୍ତି? ଆପଣଙ୍କର ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ଏତେ ଚିନ୍ତା ତେବେ ମୋତେ ଥରେ ଫୋନ କରିପାରିଥାନ୍ତେ । ଅଯଥା ଗୁଜବକୁ ବିଶ୍ୱାସ କରି ମୋ ସ୍ୱାସ୍ଥ୍ୟାବସ୍ଥା ପାଇଁ ଟିମ୍ ଗଠନ କରିବାକୁ ଜନସଭାରେ କହିନଥାନ୍ତେ । ଆପଣଙ୍କୁ ମୋ ସ୍ୱାସ୍ଥ୍ୟ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା । ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ପାଇଁ ଟିମ୍ ଗଠନ କରି ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ନବୀନ । ଲୋକମାନେ ମୋ କଥା ଶୁଣିବାକୁ ଜନସଭାକୁ ଆସୁଛନ୍ତି, ମୋ ସ୍ୱାସ୍ଥ୍ୟାବସ୍ଥା କଥା ନୁହେଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us
/kanak/media/post_attachments/wp-content/uploads/2024/05/13-23-1024x576.jpg)