ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆଙ୍କର ଯତ୍ନ ଠିକ ଭାବେ ନେଇଥିବାରୁ ଜଣାଇଲେ ଧନ୍ୟବାଦ, ଓଡିଶାକୁ ଓଡିଆଙ୍କ ଫେରିବାର ବନ୍ଦୋବସ୍ତ କରିବାକୁ କଲେ ଅନୁରୋଧ

375

କନକ ବ୍ୟୁରୋ : ତାମିଲନାଡୁରେ ଅଟକିଥିବା ପ୍ରବାସୀ ଓଡିଆଙ୍କ ଫେରିବା ସଂପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ତାଲାବନ୍ଦ ସମୟରେ ପ୍ରବାସୀ ଓଡିଆଙ୍କ ଯତ୍ନ ନେଇଥିବାରୁ ପଲାନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।

ଏଥିସହ ତାମିଲନାଡୁରୁ ଓଡିଶା ଫେରିବାକୁ ଚାହୁଁଥିବା ଓଡିଆ ଲୋକ ଯେପରି ସୁବିଧାରେ ଫେରି ପାରିବେ ସେଦିଗରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ନବୀନ । ତାମିଲନାଡୁ ସରକାର ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପଲାନିସ୍ୱାମୀ । ଏହି ଆଲୋଚନାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ ।