ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ ନବୀନ । କହିଲେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି କରୋନା, ସମସ୍ତ ପ୍ରକାର ସହାୟତା କରିବ ଓଡ଼ିଶା । 

408

କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣ ସାଂଘାତିକ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୋଦିଙ୍କ ସହ ଆଲୋଚନା କରିଛନ୍ତି ନବୀନ । କୋଭିଡ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ନବୀନ । ମହାମାରୀ ମୁକାବିଲାରେ ଓଡ଼ିଶା ସମସ୍ତ ସହାୟତା କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଇବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ଏହାପୂର୍ବରୁ ଅକ୍ସିଜେନର ସଙ୍କଟ ଦେଖା ଦେଇଥିବା ଦିଲ୍ଲୀକୁ ଓଡ଼ିଶା ଅକ୍ସିଜେନ ଯୋଗାଇ ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଏଥିପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ ।