କରୋନା ସହ ଲଢ଼େଇ ପାଇଁ ପୁଣି ସଚେତନତା ବାର୍ତା ଦେଲେ ନବୀନ । କହିଲେ, ସଚେତନତା ଦ୍ୱାରା ହିଁ କରୋନାକୁ ହେବ ରୋକି, ନିଜାମୁଦ୍ଦିନ ଫେରନ୍ତାଙ୍କୁ ତୁରନ୍ତ ସରକାରଙ୍କ ସହ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆଙ୍କର ଯତ୍ନ ଠିକ ଭାବେ ନେଇଥିବାରୁ ଜଣାଇଲେ ଧନ୍ୟବାଦ, ଓଡିଶାକୁ ଓଡିଆଙ୍କ ଫେରିବାର ବନ୍ଦୋବସ୍ତ କରିବାକୁ କଲେ ଅନୁରୋଧ

କନକ ବ୍ୟୁରୋ : କରୋନ ସହ ଲଢ଼େଇ ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତା ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କେବଳ ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ । ଏଥିସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି ।

କହିଛନ୍ତି, ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ୨୪ ଘଂଟା ଭିତରେ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ବିଳମ୍ବ କରନ୍ତୁ ନାହିଁ, ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ । ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ ଉପକାର କରିପାରିବ । ରାଜ୍ୟ ସରକାର ଆପଣଙ୍କ ସହ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe