୧୮ ବର୍ଷ ଶାସନରେ କଣ କରିଛି ବିଜେଡି ପ୍ରଶ୍ନ କଲା ବିଜେପି ଓ କଂଗ୍ରେସ !ମନ୍ତ୍ରୀ ପରିଷଦ ବୈଠକ ପରେ ନବୀନ ବଖାଣିଲେ ୧୦ ସଫଳତା

36

କନକ ବ୍ୟୁରୋ : ନବୀନଙ୍କ ମୁହଁରେ ଦଶ ସଫଳତା । ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ଅବସରରେ ସଚିବାଳୟରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ୧୦ଟି ସଫଳତା ବଖାଣିଛନ୍ତି । ୧୦ଟି ପଏଣ୍ଟ ଉପରେ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ । । ଓଡିଆ ଭାଷାର ଉନ୍ନତ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ।୨୪ ଲକ୍ଷ କଚା ଘରକୁ ପକ୍କା କରାଯାଇଛି । ୪ବର୍ଷରେ ୧୭ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି । ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଂଟନ ପାଇଁ ଐତିହାସିକ ପଦକ୍ଷେପ ନିଆଯାଇଛି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡିଶା ଆଗରେ ରହିଛି । ୯ ଲକ୍ଷ ଯୁବକଯୁବତୀଙ୍କୁ ସାବଲମ୍ବୀ କରାଯାଇଛି । ଆଉ ୧୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ । ସେହିପରି କ୍ରୀଡା କ୍ଷେତ୍ରରେ ଦେଶରେ ଓଡିଶା ପ୍ରତିଧ୍ୱନିତ କରୁଛି । ଏହା ସହ ଥ୍ରୀଡି ଉପରେ ଗୁରୁତ୍ୱରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ବର୍ଷ ପୂରଣ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେଡିର ୧୮ ବର୍ଷର ଶାସନକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଓଡିଶାରେ ବେକାରୀ ବଢିଛି ,ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢିଛି । ଆଦିବାସୀ ଦଳିତଙ୍କ ଅବସ୍ଥାରେ କୌଣସି ପରିବର୍ତନ ହୋଇନଥିବା ବେଳେ ରାଜ୍ୟରେ ନାରୀ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି ବୋଲି ନିରଂଜନ କହିଛନ୍ତି । ଏହା ସହ ଚାଷୀଙ୍କ ସମସ୍ୟାକୁ ନେଇ କଣ ସ୍ୱତନ୍ତ୍ର ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମହାନଦୀ କ୍ଷେତ୍ରରେ ମଧ୍ୟରେ ରାଜ୍ୟ ସରକାରଙ୍କ ଭୁମିକାକୁ ସେ ସମାଲୋଚନା କରିଛନ୍ତି ।

ଅନ୍ୟପଟେ ୧୮ ବର୍ଷ ଶାସନରେ ବିଜେଡି ୩୬ଟି ମହାଦୁର୍ନୀତି କରିଥିବା ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ମହାଦୁର୍ନୀତି ନେଇ ବିଜେପି ଲୋକଙ୍କ ପାଖରେ ପହଚିଂବ । ୧୮ ବର୍ଷରେ ସରକାର ଦୁର୍ନୀତିର ଗନ୍ତାଘର ପାଲଟିଯାଇଛନ୍ତି ।