କନକ ବ୍ୟୁରୋ : କୋରାପୁଟ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୯୬ କୋଟି ଟଙ୍କା ବ୍ୟୟରେ ୧୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିଭଳି ୧୨୩୫ ଏସଏଚଜି ଗ୍ରୁପକୁ ୫୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି । ଏହାବାଦ୍ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ବିକ୍ରମ ଦେବ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଥିବା ବେଳେ ଆଜି ମଞ୍ଚ ଉପରୁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିକ୍ରମ ଦେବ କଲେଜର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ବାହିନୀପତି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପାଇଁ ଏକ ଅଡିଟୋରିୟମର ଆବଶ୍ୟକତା ରହିଛି ବୋଲି ଦାବି ରଖିଥିଲେ । ଆଉ ଏହାର କିଛି ସମୟ ମଧ୍ୟରେ ହିଁ ଅଡିଟୋରିୟମ ନିର୍ମାଣ ପାଇଁ ସବୁଜ ସଂକେତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାରାଙ୍କ ଦାବିର କିଛି ସମୟ ମଧ୍ୟରେ ୧୦୦୦ ଆସନ ଅଡିଟୋରିୟମ ଭେଟି ଦେଇଥିଲେ ନବୀନ । ଯେଉଁ ଅଡିଟୋରିୟମର ନିର୍ମାଣ ବାବଦକୁ ୮ କୋଟି ଟଙ୍କା ଖର୍ଚ୍ଚ ହେବ । ନବୀନଙ୍କ ଏହି ନିଷ୍ପତ୍ତିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/45.jpg)