ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।

ସାଙ୍ଗଠନିକ ନିର୍ବାଚନକୁ ବର୍ଷେ ଘୁଞ୍ଚାଇଲା ବିଜେଡି, ନେତାଜୀ ଜୟନ୍ତୀଠୁ ବିଜୁ ଜୟନ୍ତୀ ଯାଏଁ ଘରେ ଘରେ ପହଞ୍ଚିବ ସରକାରଙ୍କ ସଫଳତାର ବାର୍ତ୍ତା ।

କନକ ବ୍ୟୁରୋ: ଶ୍ରଦ୍ଧା କିଏ? ଭାଟିକାନ ସିଟିକୁ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ମହିଳାଙ୍କ ପରିଚୟ କଣ? ଗତ କିଛି ଦିନ ଧରି ରାଜ୍ୟରେ ବିରୋଧୀ ନେତାମାନେ ଏହି ପ୍ରଶ୍ନ ପଚାରି ସରକାରକୁ ଘେରୁଥିବାବେଳେ, ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ତାଙ୍କର ଫିଜିଓ ଥେରାପିଷ୍ଟ । ତାଙ୍କ ଫିଜିକାଲ ଫିଟନେସ୍ ପାଇଁ ତାଙ୍କ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗତ କିଛି ଦିନ ଧରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବସନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ କରିଥିଲେ । କେମିତି ସେ ନବୀନ ନିବାସକୁ ଅବାଧରେ ପ୍ରବେଶ କରୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ବିରୋଧୀ । ଯାହା ପରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ସହିତ ଶ୍ରଦ୍ଧା ତାଙ୍କର ଫିଜିଓ ଥେରାପିଷ୍ଟ ବୋଲି ନବୀନ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe