ଶ୍ରଦ୍ଧା କିଏ ବୋଲି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଲେ, ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ । ଫିଜିକାଲ ଫିଟନେସ୍ ପାଇଁ ମୋ ଭଉଣୀ ପଠାଇଥିଲେ ।
କନକ ବ୍ୟୁରୋ: ଶ୍ରଦ୍ଧା କିଏ? ଭାଟିକାନ ସିଟିକୁ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ମହିଳାଙ୍କ ପରିଚୟ କଣ? ଗତ କିଛି ଦିନ ଧରି ରାଜ୍ୟରେ ବିରୋଧୀ ନେତାମାନେ ଏହି ପ୍ରଶ୍ନ ପଚାରି ସରକାରକୁ ଘେରୁଥିବାବେଳେ, ମଙ୍ଗଳବାର ଗୃହରେ ବିବୃତ୍ତି ରଖି ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରଦ୍ଧା ହେଉଛନ୍ତି ତାଙ୍କର ଫିଜିଓ ଥେରାପିଷ୍ଟ । ତାଙ୍କ ଫିଜିକାଲ ଫିଟନେସ୍ ପାଇଁ ତାଙ୍କ ଭଉଣୀ ଗୀତା ମେହେଟ୍ଟା ଶ୍ରଦ୍ଧାଙ୍କୁ ପଠାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ଧରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବସନ୍ତ ପଣ୍ଡା ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ କରିଥିଲେ । କେମିତି ସେ ନବୀନ ନିବାସକୁ ଅବାଧରେ ପ୍ରବେଶ କରୁଛନ୍ତି ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ବିରୋଧୀ । ଯାହା ପରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ସହିତ ଶ୍ରଦ୍ଧା ତାଙ୍କର ଫିଜିଓ ଥେରାପିଷ୍ଟ ବୋଲି ନବୀନ କହିଛନ୍ତି ।