ବନ୍ଧା ହେଲେ, ପଦରୁ ବିଦା ହେଲେ । ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ଅନୁପଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ ।

307

କନକ ବ୍ୟୁରୋ : ବନ୍ଧା ହେବା ପରେ ପଦରୁ ବିଦା ହେଲେ ଅନୁପ ସାଏ । ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ହଟିଲେ ଅନୁପ ସାଏ । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ ଅନୁପଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏହାପୂର୍ବରୁ ଗତକାଲି ରାତିରେ ଏକ ହତ୍ୟା ମାମଲାରେ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗରର ସାଇ ମନ୍ଦିରରୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ । ୨୦୧୬ର ଏକ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି ।ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି ।

ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ । ଅନୁପଙ୍କ ଗିରଫ ନେଇ ଛତିଶଗଡ ପୋଲିସ ଝାରସୁଗୁଡା ଏସପିଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଏହାପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ ମସିହାରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ଅନୁପ । ୨୦୧୪ରେ ବିଜେଡିରେ ମିଶିବା ସହ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଅଳ୍ପ ଭୋଟରେ ମାତ୍ ଖାଇଥିଲେ । ତେବେ ୨୦୧୯ରେ ଅନୁପଙ୍କୁ ଆଉ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ମିଳିନଥିଲା