କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ ଶେଷ । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ବିମାନବନ୍ଦରରେ ବହୁତ ଭିଡ ହେଉଥିବାରୁ ପୁରୀରେ ବିମାନ ବନ୍ଦର ପାଇଁ ଦାବି ରଖିଥିବା ସେ କହିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି ।
ସେହିପରି ଭାରତ ନେଟର ଫେଜ ୨ରେ ଆମର ଓଡିଶାକୁ ସାମିଲ କରିବାକୁ ଦାବି କରିଛନ୍ତି ନବୀନ। ଓଡିଶାରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥ ଗୁଡିକ ସମ୍ପୂର୍ଣ୍ଣ କରିବାକୁ ଦାବି ରଖିଛନ୍ତି। ଓଡିଶାର ପଞ୍ଚାୟତସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ ପାଇଁ ଦାବି ହୋଇଛି । ବର୍ତ୍ତମାନ ଓଡିଶାର ୬୭୯୮ ପଞ୍ଚାୟତ ମଧ୍ୟରୁ ୨୮୪୪ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଅଛି ଅନ୍ୟ ପଞ୍ଚାୟତ ଗୁଡ଼ିକ ବ୍ୟାଙ୍କ ସେବାରେ ସାମିଲ ପାଇଁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Collage-Maker-11-May-2023-06-44-PM-2128.jpg)