କନକ ବ୍ୟୁରୋ : ବାତ୍ୟା ଆସିଲା, ଆଉ ସବୁ କିଛି ଉଜାଡି ଦେଇଗଲା । କିଛିଟା ସମୟ ମଧ୍ୟରେ ଛାରଖାର ହୋଇଗଲା ସବୁକିଛି । ଯେଉଁ ମନ୍ଦିର ମାଳିନୀ ସହରକୁ ବୁଲିବା ପାଇଁ ଦେଶବିଦେଶରୁ ଲୋକ ଛୁଟି ଆସିଥାନ୍ତି, ସନ୍ଧ୍ୟା ହେଲେ ଏବେ କଳା କିଟିମିଟି ଅନ୍ଧାରରେ ଛାଇହୋଇଯାଉଛି ଭୁବନେଶ୍ୱର । ଆଉ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ କେବେ ଆସିବ ବିଜୁଳି ?
ବିଜୁଳି ନେଇ ଗୋଟିଏ ପଟେ ଆଶା ଆଶଙ୍କାରେ ରାଜଧାନୀବାସୀ ରହିଥିବା ବେଳେ ଅନ୍ୟପଟେ ଭୁବନେଶ୍ୱରକୁ ପୁଣି ଥରେ ଗଢିତୋଳିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ହଜାର ହଜାର ଶ୍ରମିକ । ରାଜଧାନୀରେ କେମିତି ଖୁବ ଶୀଘ୍ର ବିଦ୍ୟୁତ ସେବା ସ୍ୱାଭାବିକ ହେବେ, ସେନେଇ ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ଶ୍ରମିକ ମାନେ ଦିନରାତି ଏକ କରିଦେଇଛନ୍ତି । ରାତି ଅନିଦ୍ରା ହୋଇ ବାତ୍ୟାରେ ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି କରୁଛନ୍ତି ।
Deepest gratitude to people who are working day & night, deep in Chandaka forests, to bring light to #Bhubaneswar. 20% of Bhubaneswar electrified within 72 hrs of a near super cyclone, thanks to personal sacrifices & dedication of workers like them. Odisha salutes you. pic.twitter.com/RzpKjeV4yf
— Naveen Patnaik (@Naveen_Odisha) May 7, 2019
ରାଜଧାନୀବାସୀଙ୍କୁ ବିଦ୍ୟୁତ ଯୋଗାଇଦେବା ପାଇଁ ଅଧିକାରୀ ଏବଂ ଶ୍ରମିକମାନଙ୍କ ଏଭଳି ଆପ୍ରାଣ ଉଦ୍ୟମକୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଭୟଙ୍କର ବାତ୍ୟାର ୭୨ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ୨୦ ଭାଗ ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇପାରିଛି । ଆଉ ଏଥି ପାଇଁ ସେ ଦିନରାତି ଏକ କରି କାମ କରୁଥିବା ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ଶ୍ରମିକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଶ୍ରମିକ ମାନଙ୍କୁ ପୁରା ଓଡିଶା ସାଲ୍ୟୁଟ୍ କରୁଛି ବୋଲି ନବୀନ କହିଛନ୍ତି ।