ବର୍ଷେ ହେଲା କରୁଛନ୍ତି ଶବ ସତ୍କାର, ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

322

କନକ ବ୍ୟୁରୋ : ଶବକୁ ମିଳିଲାନି ଚାରିକାନ୍ଧ । ବାଇକରେ ବୁହାହେଲା ମୃତଦେହ । ନୟାଗଡ଼ରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ସଂକ୍ରମଣ ଭୟରେ ଗାଁ ଲୋକେ ଓ ସାହି ପଡ଼ିଶା ଲୋକ କାନ୍ଧ ନନେବାରୁ ବାଇକରେ ସ୍ମଶାନ ଯାଏଁ ନେଇଛନ୍ତି ସମ୍ପର୍କୀୟ । ରାଜ୍ୟ ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ମହାମାରୀ ଭିତରେ ଏଭଳି କରୁଣ ଚିତ୍ର ନୟାଗଡ଼ରୁ ଆସିଛି । ମୃତ୍ୟୁ ପରେ କେଉଁଠି ଘଂଟା ଘଂଟା ଧରି ମୃତ ଦେହ ପଡ଼ି ରହୁଛି ତ ପୁଣି କେଉଁଠି ସଂସ୍କାର ପାଇଁ କାନ୍ଧ ମିଳୁନି ।

ଏଭଳି ସ୍ଥିତିରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅନୁଗୁଳର ଚିନ୍ମୟୀ ଦାସ । ଚିନ୍ମୟୀ ଗତ ବର୍ଷେ ହେବ ଅଜଣା ଲୋକଙ୍କ ଶବ ସକ୍ରାର କରୁଥିବା ବେଳେ ଆଜି ପ୍ରଂଶସିତ ହୋଇଛନ୍ତି । ଆଉ ତାହା ବି ପୁଣି ମୁଖ୍ୟମନ୍ତ୍ରୀଙ୍କ ଠାରୁ ।  ଏହି ମହାମାରୀ ସମୟରେ ସଂପର୍କୀୟ ମାନେ  ଶବର ପାଖ ମାଡିବାକୁ ଭୟ କରୁଥିବା ବେଳେ ଅନୁଗୁଳ ଜରପଡା ଅଂଚଳର ଚିନ୍ମୟୀ ଦାସ ଭିନ୍ନ ଏକ କାର୍ଯ୍ୟ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା ସମୟରେ ନିଜେ ମଶାଣିରେ ଉପସ୍ଥିତ ରହି ଅସହାୟ ଲୋକଙ୍କ ଶବ ସତ୍କାର କରୁଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିବା ସହ ସମ୍ମାନିତ କରିଛନ୍ତି । ଚିନ୍ମୟୀ ପ୍ରେରଣାର ଉତ୍ସ ବୋଲି ନବୀନ କହିଛନ୍ତି ।